ବରିଷ୍ଠ ନାଗରିକଙ୍କୁ ଚିହ୍ନଟ କରି ପରିଚୟ ପତ୍ର ପ୍ରଦାନ ନିମନ୍ତେ ଦାବୀ

ଛତ୍ରପୁର : ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କୁ ଛତ୍ରପୁରର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ମୁଖ୍ୟ ତଥା ସଭାପତି ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ ଶନିବାର ପୂର୍ବାହ୍ନ ରେ ସୌଜନ୍ୟ ମୂଳକ ସାକ୍ଷାତ କରି ଟ୍ରଷ୍ଟର ଶୁଭାରମ୍ଭ ଅବସର ରେ ଶୁଭେଚ୍ଛା ଜଣାଇଛନ୍ତି l ଏହି ଅବସର ରେ ଛତ୍ରପୁର ଏନଏସି ଅନ୍ତର୍ଗତ 9ନଂ ଓ 10ନଂ ରହିଥିବା ଅସହାୟ ବରିଷ୍ଠ ନାଗରିକ ମାନଙ୍କୁ ଚିହ୍ନଟ କରି ପୋଲିସ ପକ୍ଷରୁ ସେମାନଂକୁ ବିଭିନ୍ନ ସେବା ପ୍ରଦାନ କରିବା ନିମନ୍ତେ ଉଭୟ ଏସପି ଙ୍କୁ ଅନୁରୋଧ କରିଛନ୍ତି l ଏହା ସହିତ ସେମାନଂକୁ ଛତ୍ରପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ କରିବା ନିମନ୍ତେ ଏସପି ଙ୍କୁ କହିଛନ୍ତି l ଏହି ସାକ୍ଷାତ ବେଳେ ଛତ୍ରପୁର ର ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ଏବଂ ଟ୍ରଷ୍ଟ ର ଅନ୍ୟାନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.