ଚଳଚ୍ଚିତ୍ର କରି ଅଭିନବ ଉପାୟରେ ସଡକ ସୁରକ୍ଷାର ବାର୍ତ୍ତା ଦେଲେ ଯୁବ ନିର୍ଦ୍ଦେଶକ

ମାଲକାନଗିରି (୬।୮) : ବେପରୁଆ ଭାବେ ଗାଡି ଚାଳନା ଯୋଗୁଁ ନିତିଦିନ ଶହଶହ ଲୋକେ ସଡକ ଦୁର୍ଘଟଣାର ଶିକାର ହେଉଛନ୍ତି । ସଡକ ଦୁର୍ଘଟଣାରେ ପ୍ରାଣ ହାରୁଥିବା ଅଥବା ବିକଳାଙ୍ଗ ହୋଇଯାଉଥିବା ବ୍ୟକ୍ତିଙ୍କ ପରିବାର ଲୋକେ ଏହାପରେ ନାନା ସମସ୍ୟାର ସାମ୍ନା କରୁଥିବା ସହ ଅନେକ ପରିବାର ଅସହାୟ ହୋଇ ପଡୁଥିବା ସହ ଅନେକ ତଳି ତଳାନ୍ତ ମଧ୍ୟ ହୋଇ ଯାଉଛନ୍ତି । ଏଭଳି ସ୍ଥିତିରେ ଏହିପରି ଭାବେ ଗାଡି ଚଲାଉ ଥିବା ଗାଡି ଚାଳକଙ୍କୁ ସଚେତନ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି ଆଦିବାସୀ ବହୁଳ ମାଲକାନଗିରି ଜିଲ୍ଲାର କିଛି ଯୁବକ ଯୁବତୀ । ସଡକ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତ୍ତା ଦେବାକୁ ଏହି ଯୁବ ପିଢୀ ଏକ କ୍ଷୁଦ୍ର ଚଳଚିତ୍ର କରି ବର୍ତ୍ତମାନ ବେସ ଚର୍ଚା ଓ ଆଦର ସାଉଁଟୁ ଥିବା ବେଳେ ଏମାନଙ୍କ ଏହି ଚଳଚିତ୍ର ନିୟମ ଉଲଂଘନ କରୁଥିବା ଗାଡି ଚାଳକଙ୍କୁ ଅନେକ ମାତ୍ରାରେ ପ୍ରଭାବିତ କରିବ ବୋଲି କୁହା ଯାଉଛି । ମାଲକାନଗିରି ଜିଲ୍ଲାର ଯୁବକ କେ. ଵାଲା ରାଜୁଙ୍କ ଦ୍ଵାରା ରଚିତ ଏହି ଚଳଚିତ୍ରରେ ସ୍ଥାନୀୟ ସ୍ଵେଛାସେବି ତଥା ଅଓମା ଅନୁଷ୍ଠାନର ମୁଖ୍ୟ ବିନାଶ ମିଶ୍ରଙ୍କ ପ୍ରଚେଷ୍ଟାରେ ଅନେକ ସ୍ଥାନୀୟ ଅଞ୍ଚଳର ଯୁବ ପିଢୀ ସାମିଲ ହୋଇ ସୁନ୍ଦର ଓ ସଚେତନତା ମୂଳକ ଚଳଚିତ୍ର କରିଛନ୍ତି । ବର୍ତ୍ତମାନ ଯୁଗରେ ବାହାରକୁ ବାହାରିବା ମାତ୍ରେ ପ୍ରତ୍ୟକ ବ୍ୟକ୍ତିଙ୍କୁ ଗାଡିର ଆବଶ୍ୟକ ପଡିଥାଏ । ତେବେ କେବଳ ଗାଡି ଚଲାଇଲେ ହେବ ନାହିଁ ଗାଡି ଚଲେଇବା ସମୟରେ କିଛି ନିୟମ ମଧ୍ୟ ମାନିବାକୁ ପଡିଥାଏ ସେହି ସବୁ ନିୟମ କୁ ଅବମାନନା କଲେ ଜଣେ ଚାଳକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ତାର ଜୀବନ ମଧ୍ୟ ଚାଲିଯାଇଥାଏ। ଯାହାକି ଏହି କ୍ଷୁଦ୍ର ଚଳଚିତ୍ର ମାଧ୍ୟମରେ ଦର୍ଶକଙ୍କୁ ଦେଖା ଯାଇଛି । ତେବେ ଏହି ଚଳଚିତ୍ରର ଶୁଭ ମୁକ୍ତି କରାଯାଇଥିବା ବେଳେ ଏହି ଅବସରରେ ମାଲକାନଗିରି ପିଡିଡିଆରଡିଏ ବାଳ ମୁକୁନ୍ଦ ଭୂୟାଁ, ମାଲକାନଗିରି ପୂର୍ବତନ ବିଧାୟକ ମାନସ ମାଡକାମୀ, ମାଲକାନଗିରି ପୌରାଧକ୍ଷ ମନୋଜ କୁମାର ବାରିକଙ୍କ ସମେତ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ଚଳଚିତ୍ରରେ ଅଭିନୟ କରିଥିବା କଳାକାର, ଭିଡିଓ ଗ୍ରାଫର ଏବଂ ସହଯୋଗୀ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.