ତ୍ୱରିତ ବେଗରେ ନଳକୂପ ମରାମତି କରାଇଲେ ସରପଞ୍ଚ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ କଟିମାହା ପଞ୍ଚାୟତର ସରପଞ୍ଚ କର୍ଣ୍ଣେଲ କହଁରଙ୍କ ଉଦ୍ୟମ ଲାଗି ବିଦ୍ୟାଳୟର ନଳକୂପ ତୁରନ୍ତ ମରାମତି ହୋଇ ପାରିଛି | ପଧାନପଡ଼ା ପ୍ରାଥମିକ ବିଦ୍ୟାଳୟରେ ନଳକୂପ ଖରାପ ହେବା ଶୁଣିବା ମାତ୍ରକେ ସେ ନିଜେ ବିଦ୍ୟାଳୟରେ ଉପସ୍ଥିତ ରହି ନଳକୂପ କର୍ମଚାରୀ ଙ୍କ ସହାୟତାରେ ନଳକୂପ ଟିକୁ କାର୍ଯ୍ୟକ୍ଷମ କରିବା ସହ ବିଦ୍ୟାଳୟର ଅନ୍ୟାନ୍ୟ ସୁବିଧା ଅସୁବିଧା ପଚାରି ବୁଝିଥିଲେ l

ସେଥିପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀଙ୍କ ସମେତ ସମସ୍ତ ଗ୍ରାମବାସୀ ସରପଞ୍ଚ ମହୋଦୟଙ୍କୁ ଧନ୍ୟବାଦ ଦେଇ ପ୍ରଶଂସା କରିଥିଲେ l ଯେହେତୁ ଏହା ଏକ ହଷ୍ଟେଲ ସ୍କୁଲ ତେଣୁ ନଳକୂପ ଉପରେ ଏହା ସମ୍ପୂର୍ଣ୍ଣ ନିର୍ଭରଶୀଳ l କିଛି ସମୟ ପାଇଁ ଯଦି ନଳକୂପ କାର୍ଯ୍ୟ ଅକ୍ଷମ ହୁଏ ତେବେ ନାନା ସମସ୍ୟା ଉପଜିବାର ଆଶଙ୍କା ରଖି ସରପଞ୍ଚ ମହୋଦୟ ଏହାର ତ୍ୱରିତ ପଦକ୍ଷେପ ନେଇ ଏହାକୁ କାର୍ଯ୍ୟକ୍ଷମ କରିଥିଲେ l ଏହି କାର୍ଯ୍ୟରେ ପଧାନ ପଡ଼ାର ଅନେକ ସ୍ବେଛାସେବୀ ମଧ୍ୟ ସହଯୋଗ କରିଥିଲେ ଯଥା ଭରତ ମଲ୍ଲିକ, ଲକ୍ଷ୍ମଣ ପ୍ରଧାନ, ଲିପନ ଦିଗାଳ, ଯଶି ଦିଗାଳ, ବ୍ରହ୍ମାନନ୍ଦ ଓ ଅନ୍ୟମାନେ l

nis-ad
Leave A Reply

Your email address will not be published.