ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକଙ୍କ ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର !

କାନପୁର: ସ୍ୱତନ୍ତ୍ର ସରକାରୀ ଓକିଲ ତଥା ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଅମ୍ରିଶ ଟଣ୍ଡନ୍‌ ନିକଟରେ ଏକ ଦୁର୍ଘଟଣାର ସମ୍ମୁଖନୀ ହୋଇଥିଲେ। ତେବେ ଏହି ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ଥିବା ସେ ଅଭିଯୋଗ ଆଣିଛନ୍ତି। ଜିଏସଟି ଇଣ୍ଟେଲିଜେନ୍ସ ନିର୍ଦ୍ଦେଶକ ଅମ୍ରିଶ ଟଣ୍ଡନ୍‌ ପୀୟୂଷ ଜୈନ କେସ୍‌ରେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି।
ଦୁର୍ଘଟଣା ପରେ ସେ କାନପୁର ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି। ଏଥିରୁ ଜଣାପଡ଼ୁଛି କେହି ତାଙ୍କ ପଛରେ ପଡ଼ି‌ଥିବା ସେ କହିଛନ୍ତି। କିଛି ମାସ ପୂର୍ବେ ଉତ୍ତର ପ୍ରଦେଶର କାନପୁରରେ ଅତର ବ୍ୟବସାୟୀ ପୀୟୂଷ ଜୈନଙ୍କ ଘରେ ରେଡ୍‌ କରି ଇଡି ବିପୁଳ ପରିମାଣରେ ଟଙ୍କା ଜବତ କରିଥିଲା। ତାଙ୍କର ବିଭିନ୍ନ ଠିକଣାରୁ ଇଡି ୧୯୫ କୋଟି ଟାଙ୍କା ଜବତ କରିଥିଲା। ଦୀର୍ଘ ୧୨୦ ଘଣ୍ଟା ଧରି ଚାଲିଥିବା ରେଡ୍‌ ସମୟରେ ଅଧିକାରୀମାନେ ଜବତ କରିଥିବା ନଗଦ ଟଙ୍କା ଦେଖି ସମସ୍ତେ ସବ୍ଧ ହୋଇଯାଇଥିଲେ।
ଏଥିସହ ବିଭିନ୍ନ ସ୍ଥାନରେ ଥିବା ୧୬ଟି ଦାମୀ ସମ୍ପତ୍ତିର ଦସ୍ତାବିଜ୍‌ ଟିକସ ଅଧିକାରୀମାନେ ଜବତ କରିଥିଲେ। ସେହିପରି ଟିକସ ଫାଙ୍କିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କର ବିଭିନ୍ନ ଠିକଣାରେ ୧୨୦ ଘଣ୍ଟା ଧରି ରେଡ୍‌ କରାଯାଇଥିବା ବେଳେ ତାଙ୍କୁ ଦୀର୍ଘ ୫୦ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଏମିତିକି ଜୈନଙ୍କ ଘରୁ ମିଳିଥିବା ନଗଦ ଟଙ୍କା ଗଣିବା ପାଇଁ ଟିକସ ଅଧିକାରୀମାନେ ବେଶ ନାକେଦମ ହୋଇଥିଲେ। ଏହି ରେଡ୍‌ରେ ଅମ୍ରିଶ ଟଣ୍ଡନ୍‌ ସାମିଲ ଥିଲେ।

nis-ad
Leave A Reply

Your email address will not be published.