ଝାରସୁଗୁଡ଼ା: ଝାରସୁଗୁଡା ଜିଲ୍ଲା କିରିମିରା ବ୍ଳକ ଧୁତରା ଷ୍ଟେସନ ନିକଟ ଖୁଣ୍ଟ ନଂ.୫୦୫/୨୨ ଓ ୫୦୫/୨୪ ମଝିରେ ୨ନଂ ଲେନରେ ଟ୍ରେନରୁ ଖସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।
ବ୍ୟକ୍ତିଟି ଏକ୍ସପ୍ରେସ ଟ୍ରେନରେ ବିହାର ଅଭିମୁଖେ ଯାତ୍ରା କରୁଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ଘଟଣା ସ୍ଥଳରୁ ମୋବାଇଲ ଖୋଳ, ହେଡଫୋନ, ସବୁଜ ରଙ୍ଗର କେନଭାସ ଜୋତା ପଡିଥିବା ଦେଖିବାକ ମିଳିଛି ।
ମୃତ ବ୍ୟକ୍ତିଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।
ଘଟଣା ସ୍ଥଳରେ ରେଲଓ୍ୱେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି ।