ରାଜ୍ୟରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୪୯୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୩୪୬ଜଣ ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଆଜିର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮ଜଣ ଆକ୍ରାନ୍ତ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୭୫ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୨୧, ସୋନପୁରରୁ ୧୬, ସମ୍ବଲପୁରରୁ ୮୩, ରାୟଗଡ଼ାରୁ ୨୧, ପୁରୀରୁ ୩, ନୂଆପଡ଼ାରୁ ୧୪, ନୟାଗଡ଼ରୁ ୧୭, ନବରଙ୍ଗପୁରରୁ ୩୨, ମୟୂରଭଞ୍ଜରୁ ୭୨ ଓ କୋରାପୁଟରୁ ୧୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଖୋର୍ଦ୍ଧାରୁ ୯୧, କେନ୍ଦୁଝରରୁ ୧୦, କେନ୍ଦ୍ରାପଡ଼ାରୁ ୩, କନ୍ଧମାଳରୁ ୨୧, କଳାହାଣ୍ଡିରୁ ୩୭, ଝାରସୁଗୁଡ଼ାରୁ ୧୯, ଯାଜପୁରରୁ ୧୨, ଜଗତସିଂହପୁରରୁ ୨, ଗଞ୍ଜାମରୁ ୩, ଗଜପତିରୁ ୭, ଢେଙ୍କାନାଳରୁ ୧, ଦେବଗଡ଼ରୁ ୫, କଟକରୁ ୩୪, ବୌଦ୍ଧରୁ ୨୩, ବଲାଙ୍ଗୀରରୁ ୩୩, ଭଦ୍ରକରୁ ୪, ବରଗଡ଼ରୁ ୪୭, ବାଲେଶ୍ବରରୁ ୧୬ ଓ ଅନୁଗୁଳରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଗୋଟିଏ ଦିନରେ କରୋନାରୁ ଆଉ ୧,୦୧୧ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଆଜିର ପଜିଟିଭ୍‌ ମାମଲାକୁ ମିଶାଇ ରାଜ୍ୟରେ ମୋଟ୍‌ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୦୦୫କୁ ବୃଦ୍ଧି ପାଇଛି ।

nis-ad
Leave A Reply

Your email address will not be published.