ଛତ୍ରପୁର ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଏନଏସି କର୍ମଚାରୀ ମାନେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ହଇରାଣ ହରକତ କରୁଥିବା ନେଇ ଛତ୍ରପୁର ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ପକ୍ଷରୁ ଶୁକ୍ରବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏନଏସି ପ୍ରଶାସନିକ ଅଧିକାରୀ ମାନଙ୍କ ବ୍ୟବହାର ରେ ଦିନକୁ ଦିନ ସମସ୍ତ ବ୍ୟବସାୟୀ ମାନେ ଅତିଷ୍ଠ ହୋଇ ପଡିବା ସହିତ ଗତ କରୋନା ମହାମାରୀ ଠାରୁ ଛତ୍ରପୁର ଏନଏସିର ବିଭିନ୍ନ ସ୍ଥାନରେ ଦୋକାନ ବଜାର କରି ବ୍ୟବସାୟ କରୁଥିବା ବ୍ୟବସାୟୀ ମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଫାଇନ କଟାଯାଉଥିବା ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି । ଟ୍ରେଡ ଲାଇସେନ୍ସ ର ଆଳ ଦେଖାଇ କାଉନସିଲ ବୈଠକ ର ବିନା ଅନୁମତିରେ ନିଜ ମନ ମୁତାବକ ଫାଇନ କଟାଯାଉଛି । ଗତକାଲି ତଥା ଗୁରବାର ଦିନ ଅପର ବସଷ୍ଟାଣ୍ଡ ଠାରେ ବ୍ୟବସାୟୀ ରାଜେନ୍ଦ୍ର ସେନାପତି ଓ ତାଙ୍କ ପୁଅ ରାକ୍ଷୀ ବିକ୍ରି କରୁଥିବା ବେଳେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏନଏସିର ଦୁଇ ଜଣ କର୍ମଚାରୀ ବ୍ୟବସାୟୀଙ୍କୁ ଦୁର୍ବବ୍ୟହାର କରିବା ସହିତ ୨୦ ହଜାର ଟଙ୍କା ଫାଇନ ମାଗିଥିଲେ । ଫାଇନ ନ ଦେବାରୁ ତାଙ୍କ ରାକ୍ଷୀ ଗୁଡିକ ଫିଙ୍ଗି ଦେଇଥିଲେ । ପରେ ଘଟଣା ସ୍ଥଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ପହଂଚି ନିଜ କର୍ମଚାରୀଙ୍କୁ ଘଂଟ ଘୋଡାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଫଳରେ ଘଟଣା ସ୍ଥଳରେ ଦୀର୍ଘ ସମୟ ଧରି ଉତ୍ତେଜନା ଦେଖାଦେଇଥିଲା । କେବଳ ଗତକାଲି ନୁହେଁ, ପୂର୍ବରୁ ଏନଏସି ପକ୍ଷରୁ ବିଭିନ୍ନ ବ୍ୟବସାୟୀ ମାନଙ୍କୁ ଧମକ ଚମକ ଦିଆଯିବା ସହ ନିଜସ୍ୱ ସ୍ୱାର୍ଥ ରଖି ହଇରାଣ ହରକତ କରାଯାଉଛି । ଏନଏସିର ପରିମଳ କାର୍ଯ୍ୟକୁ ସଠିକ୍ ସମୟରେ ସୁଚାରୂ ରୂପେ କାର୍ଯ୍ୟ କରୁନାହାନ୍ତି । ଯଦି କୌଣସି ଜନ ପ୍ରତିନିଧି ବା ସ୍ଥାନୀୟ ବ୍ୟବସାୟୀ ମାନେ ଏନେଇ ଅଭିଯୋଗ କରିବାକୁ କାର୍ଯ୍ୟାଳୟକୁ ଯାଉଛନ୍ତି ତାଙ୍କୁ କାର୍ଯ୍ୟାଳୟ ପରିସରରେ ଦୁର୍ବବ୍ୟହାର ଦେଖାଉଛନ୍ତି । ଛତ୍ରପୁର ସହରରେ ଉନ୍ନତି ମୂଳକ କାର୍ଯ୍ୟ କରିବାକୁ ଫୋକସ୍ ନ ଦେଇ ନିଜପେଟ ପାଟ୍ଟଣା ପାଇଁ ବ୍ୟବସାୟ କରି ଚଳୁଥିବା ନିରୀହ ବ୍ୟବସାୟୀ ମାନଙ୍କ ଉପରେ ଫାଇନ କାଟି ସେମାନଙ୍କୁ ଅତ୍ୟାଚାର କରୁଛନ୍ତି । ଏହା ସହ ଗତ କିଛି ଦିନ ତଳେ ଉକ୍ତ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଅନ୍ୟତ୍ର ବଦଳି ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେ ଉକ୍ତ ଏନଏସି ଛାଡି ଯାଉନାହାନ୍ତି । ବ୍ୟବସାୟୀ ଙ୍କ ଉପରେ ନିଜ ପତିହାରା ଜାହିର କରି ନିଜକୁ ସର୍ବେସର୍ବା ବୋଲି ଭାବୁଛନ୍ତି । ଜନସାଧାରଣଙ୍କ ଉପରେ ଏନଏସିର ଜୁଲମ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ, ସହରର ମେଦିରି ସାହିର ଜଣେ ବରିଷ୍ଠ ନାଗରିକ ତଥା ୭୮ ବର୍ଷୀୟା ବିଧବା ମହିଳାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ମଧ୍ୟ ସେମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଣୁ ଛତ୍ରପୁର ଏନଏସିର ସମସ୍ତ ଜନ ସାଧାରଣ ଏବଂ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତୁରନ୍ତ ଏଠାରୁ ବଦଳି କରାଯାଇ ଜଣେ ସଚ୍ଚୋଟ ଏବଂ ଦକ୍ଷ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବା ନିମନ୍ତେ ସେମାନେ ଏହି ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଅପର ବସଷ୍ଟାଣ୍ଡ ବ୍ୟବସାୟୀ ସଂଘ ର ସଭାପତି ତଥା ପୂର୍ବତନ କାଉନସିଲର ବି. ରାଜିବାବୁ, କୋଷାଧ୍ୟକ୍ଷ ନରସିଂହ ରେଡ୍ଡୀ, ଉପ ସଭାପତି ବାବୁଲା ରାଓ, ଏମ୍‌. ରାଜେନ୍ଦ୍ର ସେନାପତି, ଏସ୍‌. ଚିଟିବାବୁଙ୍କ ସମେତ ବହୁ ବ୍ୟବସାୟୀ ମାନେ ଉପସ୍ଥିତ ଥିଲେ |

nis-ad
Leave A Reply

Your email address will not be published.