ଦରବୃଦ୍ଧି, ବେକାରୀ, ବିରୁଦ୍ଧରେ କଂଗ୍ରେସର ଜେଲଭରୋ ଆନ୍ଦୋଳନ

ବ୍ରହ୍ମପୁର : କେନ୍ଦ୍ର ମୋଦୀ ସରକାର ଓ ରାଜ୍ୟ ନବୀନ ସରକାରଙ୍କ ଜନ ବିରୋଧୀ ନୀତି, ଦରବୃଦ୍ଧି, ବେକାରୀ, CBI, ED ର ଦୁରୁପଯୋଗ, ଧର୍ମ ନାଁ’ରେ ଦେଶର ଭାଇଚାରାକୁନଷ୍ଟ କରିବା, ଦୁର୍ନୀତି, ଗଣତନ୍ତ୍ରି, ସମ୍ବିଧାନ ବ୍ୟବସ୍ଥା ଉପରେ ଆକ୍ରମଣ, ପ୍ରଭୁତି ଘଟଣା କୁ ନେଇ ଆଜି ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର. ଡି. ସି. ଅଫିସ ଆଗରେ ସହସହ କଂଗ୍ରେସ କର୍ମୀ ବିକ୍ଷୋଭ କରିବା ସହ ଜେଲଭାରୋ ଆନ୍ଦୋଳନରେ ସାମିଲ ହୋଇଥିଲେ l
ବକ୍ତାମାନେ ମୋଦୀ ସରକାରଙ୍କ ସମସ୍ତ ଜନବିରୋଧୀ ନୀତିକୁ ପାର୍ଲାମେଣ୍ଟ ଭିତରେ ଓ ବାହାରେ ନବୀନ ପଟ୍ଟନାୟକ ସମର୍ଥନ କରୁଥିବା, ରାଜ୍ୟରେ ଚିଟ ପଂଡ ଦୁର୍ନୀତି ଓ ଖଣି ଦୁର୍ନୀତିରେ ମୋଦୀ ନୀରବ ରହିବା ଘଟଣା କୁ ନିନ୍ଦା କରିବା ସହ ବିଜେପି ଓ ବିଜେଡି ଏକ ଓ ଅଭିନ୍ନ ବୋଲି କହିଥିଲେ l
ଏହାସହ ଗଞ୍ଜାମ ଜିଲ୍ଲା କୁ ଗତ 23 ବର୍ଷରେ ନବୀନ ସରକାର ସମ୍ପୂର୍ଣ୍ଣ ଅବହେଳା କରିବା, କୌଣସି ଶିଳ୍ପ କାରଖାନା ନକରିବା, ଜଳସେଚନ, ବେକାରୀ, ଦାଦନ, ଚାଷୀ ଆତ୍ମାହତ୍ୟା, ହସ୍ପିଟାଲ ରେ ଡାକ୍ତର ଅଭାବ, ସ୍କୁଲ କଲେଜରେ ଶିକ୍ଷକ ଅଭାବ ଆଦି ଘଟଣାରେ ନବୀନ ପଟ୍ଟନାୟକଙ୍କ ବିକାଶର ମିଥ୍ୟା ପ୍ରଚାରକୁ ପଦାରେ ପକାଇଦେଇଛି l ଜିଲ୍ଲାର ପାଞ୍ଚ ଲକ୍ଷ ଯୁବକ ଦାଦନ, କଂଗ୍ରେସ ସମୟରେ ହୋଇଥିବା ଶିଳ୍ପ ଗୁଡ଼ିକୁ ନବୀନ ସରକାର ବନ୍ଦ କରିଦେଲେ l ଆସିକା ସୂତାକଳ ବନ୍ଦ l ଚିନି କାରଖାନାର ବିକାଶ ନାହିଁ l କିୟାଫୁଲ ଓ ମାଛଚାଷୀଙ୍କୁ ପ୍ରୋତ୍ସାହନ ନାହିଁ l ଏହି ପରିପ୍ରେକ୍ଷୀରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦରବୃଦ୍ଧି ରୋକିବାରେ ବିଫଳ ହୋଇଛନ୍ତି l ପ୍ରତିଦିନ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାଷ ଦରବୃଦ୍ଧି ଘଟୁଛି l ଖାଇବା ତେଲ, ଡାଲି କଥା ନ କହିଲେ ଭଲ l ଚାଷୀ ତାର ଚାଷର ଉପଯୁକ୍ତ ମୂଲ୍ୟ ପାଉନାହିଁ l ଶିକ୍ଷାର ଘରୋଇକରଣ ଓ ରାଷ୍ଟ୍ରାୟତ ଶିଳ୍ପଙ୍କୁ ବିକ୍ରି ଚାଲିଛି l ରେଳ ଓ ବସ ଭଡା ବୃଦ୍ଧି ଚିଲିଛି l କିନ୍ତୁ ଉଭାୟ ମୋଦୀ ଓ ନବୀନ ନୀରବଦ୍ରଷ୍ଟା ସାଜିଛନ୍ତି l
ଆଜିର ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ରଶ୍ମି ରଞ୍ଜନ ପଟ୍ଟନାୟକ, , ପ୍ରଫୁଲ ପଣ୍ଡା,ଦେବୀ ବିଷୋୟୀ,ମହେଶ୍ୱର ପାତ୍ର, ଦଣ୍ଡପାଣି ପାତ୍ର,ସଂଗ୍ରାମ ମହାନ୍ତି, ସୁଜିତ ସ୍ୱାଇଁ,ପ୍ରଶାନ୍ତ ବିଷୋୟୀ,ଦେବାଶିଷ ମହାନ୍ତି ବିକାଶ ନାୟକ, ବୃନ୍ଦାବନ ଖଟେଇ,ନିରଞ୍ଜନ ପାଣିଗ୍ରାହୀ, ଭୋକାଲି ସେଠୀ,ବନଯା ପଣ୍ଡା, ଶୁଭାସିନୀ ପଟ୍ଟନାୟକ, ଗୀତ ନାୟକ ପ୍ରମୁଖ ଯୋଗ ଦେଉଥିଲେ l ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଜେନା ଙ୍କ ପ୍ରତେକ୍ଷ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପୀତବାସ ପଣ୍ଡା ସଭାପତିତ୍ୱ କରିଥିଲେ l

nis-ad
Leave A Reply

Your email address will not be published.