ମୂଲ୍ୟ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଜଭବନ ଘେରାଉ

ଭୁବନେଶ୍ବର: ମୂଲ୍ୟ ବୃଦ୍ଧି ଓ ଜିଏସଟି ନେଇ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଇଛି। ଦେଶରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ସହ ବେକାରୀ ସମସ୍ୟା, ଅଗ୍ନିପଥ ଯୋଜନା ଏବଂ ମୁଢ଼ି, ଗୁଡ଼, ଖଇ ଉପରେ ଦ୍ରବ୍ୟ ଓ ସେବା କର ଲାଗୁ ବିରୁଦ୍ଧରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଆଜି କଂଗ୍ରେସ ପକ୍ଷରୁ ରାଜଭବନ ଘେରାଉ କରାଯାଉଛି।

କଂଗ୍ରେସ ନେତା ଓ କର୍ମୀମାନେ ଶୋଭାଯାତ୍ରା ଜରିଆରେ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା ଫଳରେ ପୁଲିସ ଓ କଂଗ୍ରେସକର୍ମୀଙ୍କ ମଧ୍ୟରେ ସାମାନ୍ୟ ଧସ୍ତା ଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଶତାଧିକ କଂଗ୍ରେସ ନେତା ଓ କର୍ମୀକୁ ପୁଲିସ ଅଟକ ରଖିଥିଲା।

nis-ad
Leave A Reply

Your email address will not be published.