ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଡାଇରିଆ ଅଞ୍ଚଳ ଗସ୍ତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଓ ବୁଡ଼ାଗୁଡା ପଞ୍ଚାୟତରେ ଲାଗିରହିଥିବା ଡାଇରିଆ ଅଞ୍ଚଳକୁ ଆଜି ଅନୁସୂଚିତ ଜନଜାତି ଓ ଜାତି ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଗସ୍ତ କରିଛନ୍ତି । ସେ ପ୍ରଥମେ ସିକରପାଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ସେଠାରେ ଡାଇରିଆରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ତିନିଜଣ ସିକରପାଇ ଗାଁର ସୁରେଶ କନ୍ଧପାଣି (୨୦),ଜନମନ ପ୍ରଧାନ (୪୦) ,ସିକପାଇ ଗାଁର ହାପି ତିଆକା( ୫୦) ରୋଗୀଙ୍କ ସାକ୍ଷାତ କରି ଚିକିତ୍ସା ବିଷୟରେ ପଚାରିବୁଝିଥିଲେ । ଡାକ୍ତର ସତ୍ୟଜିତ ବେହେରାଙ୍କ ସହ ଆଲୋଚନା କରିଥିଲେ ।
ଏହାପରେ ସିକରପାଇରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହା ପରେ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଗାଁ କୁ ଯାଇ ସମସ୍ତ ବିଷୟ ଅନୁଧ୍ୟାନ କରିବାପରେ ସେଠାର ଲୋକମାନଙ୍କୁ ପାଣି ଫୁଟାଇ ଥଣ୍ଡା କରି ବ୍ୟବହାର କରିବା, ସାବୁନରେ ହାତ ଧୋଇବା ,ପ୍ରଚୁର ପରିମାଣରେ ପାଣି ପିଇବା, ଗରମ ଖାଦ୍ୟ ଖାଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ । ମନ୍ତ୍ରୀ ଗସ୍ତ ସମୟରେ ବିଡ଼ିଓ ତାପସ କୁମାର ଭୋଇ, ଏବିଡ଼ିଓ ବଳରାମ ପାତ୍ର, ପୁଲିସ ଏସ ଆଇ ସଞ୍ଜୟ କୁମାର ମୁର୍ମୁ, ବ୍ଲକ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ, ଏମ୍ ଧର୍ମେନ୍ଦ୍ର, ଜିଲା ପରିଷଦ ସଦସ୍ୟ ବି ୱାରା ପ୍ରସାଦ ରାଓ,ସମେତ ଦଳୀୟ କର୍ମୀ ନେତା ଉପସ୍ଥିତ ରହିଥିଲେ । ପୁଲିସ ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.