ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ବର: ସାଇବର ଠକେଇ ନେଇ ସଚେତନ କଲେ ଭୁବନେଶ୍ୱର ଡ଼ିସିପି । ଏବେ ମୁଖ୍ୟତଃ ୩ ପ୍ରକାର ଠକେଇ ହେଉଥିବା କହିଛନ୍ତି ଡ଼ିସିପି ପ୍ରତୀକ ସିଂ । ମୁଖ୍ୟତଃ ଓଲେକ୍ସରେ ଜିନିଷ ବିକ୍ରି ,ନ୍ୟୁଡ଼୍ କଲ୍ ଓ ବିଦ୍ୟୁତ୍ ବିଲ୍ ନେଇ ବେଶି ଠକେଇ ହେଉଥିଲେ ବି ଅଭିଯୋଗ ଆସୁଛି । ହେଲେ ନ୍ୟୁଡ଼୍ କଲ୍ ଠକେଇ ନେଇ ଥାନାକୁ କୌଣସି ପ୍ରକାର ଲୋକ ଅଭିଯୋଗ ନେଇ ଆସୁନାହାନ୍ତି ।

ଲୋକ ଲଜ୍ୟ।।କୁ ଅଧିକ ଗୁରୁତ୍ୱ ଦେଇ ଥାନାକୁ ଆସୁ ନାହାନ୍ତି ଯାହାଫଳରେ ଅଧିକ ସାଇବର ଠକେଇର ଶିକାର ହେଉଛନ୍ତି ।

ତେଣୁ କୌଣସି ବ୍ୟକ୍ତି ସାଇବର ର ଠକେଇ ହେଲେ ତୁରନ୍ତ ସାଇବର ଥାନାକୁ ଆସନ୍ତୁ ବୋଲି କହିଛନ୍ତି । ଏହା ସହ ସେମାନଙ୍କ ପରିଚୟ ସମ୍ପୁର୍ଣ୍ଣ ଗୋପନ ରଖାଯିବ ଏବଂ ତାଙ୍କର ସମସ୍ୟାର ସମାଧାନ କରିବା ନେଇ ମଧ୍ୟ କହିଛନ୍ତି । ଏହା ଛଡ଼ା ସୋସିଆଲ ମିଡ଼ିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା ନକରିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

nis-ad
Leave A Reply

Your email address will not be published.