ମହିଳାଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୪୮ଲକ୍ଷ ଟଙ୍କାର ଋଣ ପ୍ରଦାନ

ମାଲକାନଗିରି (୩।୮) : ମାଲକାନଗିରି ଜିଲ୍ଲା ଡି.ଆର.ଡି.ଏ କାର୍ଯ୍ୟାଳୟରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଟିଙ୍କୁ ଚୟନ କରି ମୋଟ ୪୮ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି । ମହିଳାଙ୍କ ବିକାଶ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଥିବା ବେଳେ ସ୍ୱଂୟ ସହାୟକ ଗୋଷ୍ଠି ମାନଙ୍କୁ ବିଭିନ୍ନ ଆର୍ଥିକ ସହାୟତା ଏବଂ ସ୍ୱଳ୍ପ ସୁଦ୍ଧରେ ଋଣ ପ୍ରଦାନ କରୁଛନ୍ତି । ଫଳରେ ଅନେକ ମହିଳା ବର୍ତ୍ତମାନ ସ୍ୱାବଲମ୍ବୀ ହୋଇ ପାରିଥିବା ସହ ନିଜ ଘରର ଆର୍ଥିକ ସ୍ଥିତିକୁ ସୃଦୁଢ ମଧ୍ୟ କରିଛନ୍ତି । ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଋଣ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୭ ଗୋଟି ମହିଳା ସ୍ୱଂୟ ସହାୟକ ଗୋଷ୍ଠିଙ୍କୁ ଡି.ଆର.ଡି.ଏ କାର୍ଯ୍ୟାଳୟ ପରିସରରେ ସ୍ୱାବଲମ୍ବୀ ହେବା ନିମନ୍ତେ ଋଣ ପ୍ରଦାନ କରାଯାଇଛି । ଇଣ୍ଡିଆ ବ୍ୟାଙ୍କ ମାଲକାନଗିରି ଶାଖା ପକ୍ଷରୁ ମୋଟ ୪୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଥିବା ବେଳେ ଏହାକୁ ବିନିମୟ କରି ମହିଳା ମାନେ ଯେଭଳି ରୂପେ ରୋଜଗାରକ୍ଷମ ହୋଇ ପାରିବେ ସେ ନେଇ ସେମାନଙ୍କ ସହ ଆଲୋଚନା କରାଯାଇଛି । ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ.ଭି-୮୫ ଗ୍ରାମର ଶାନ୍ତି ମାତା ସ୍ୱୟଂ ସହାୟକ ଗୋଷ୍ଠିକୁ ସର୍ବାଧକ ୧୦ ଲକ୍ଷ ଟଙ୍କାର ଋଣ ଏକ ଶିଲେଇ କେନ୍ଦ୍ର କରିବା ପାଇଁ ପ୍ରଦାନ କରାଯାଇଛି । ଏହି ଅବସରରେ ମାଲକାନଗିରି ପି.ଡି.ଡି.ଆର.ଡି.ଏ ବାଳ ମୁକୁନ୍ଦ ଭୂୟାଁ , ଓ.ଏଲ.ଏମ ଅଧିକାରୀ ପବିତ୍ର ମୋହନ ବାରାହା , ବ୍ୟାଙ୍କ ପରିଚାଳନ ଓ ମିଶନ୍ ଶକ୍ତିର କର୍ମକର୍ତ୍ତl ମାନେ ଉପସ୍ଥିତ ରହିଥିଲେ । ଆର୍ଥିକ ସହାୟତା ପାଇ ଏହି ମହିଳା ସ୍ୱଂୟ ସହାୟକା ଗୋଷ୍ଟିର ସଦସ୍ୟା ମାନେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.