ଜୟପୁର ଓ ଉତକେଲା ବିମାନବନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠାଇଲେ ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ : କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି ମାନସ ମଙ୍ଗରାଜ । ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ୨ଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା ।

ସେହି ଅନୁସାରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ବହୁ ଦାବି ପରେ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ୨ଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ । କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟରେ ବାକିଥିବା କାର୍ଯ୍ୟ ଖୁବ୍‌ଶିଘ୍ର ଶେଷ କରିବା ସହ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

ସୂଚନାଯୋଗ୍ୟ ଆଜି ଦୀର୍ଘ ଦିନର ଦାବି ପରେ ଆଜି ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଛି ବିମାନ । ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍‌ରେ ଭୁବନେଶ୍ୱର ଛାଡ଼ିଥିଲା ଗୁଜୁରାଟ ଭିତ୍ତିକ ବିମାନ ସେବା କମ୍ପାନୀ ଇଣ୍ଡିଆ ଏୟାର ୱାନ୍ । ୪୦ ମିନିଟ୍ ପରେ ଅର୍ଥାତ ସକାଳ ୧୦ଟା ୫୫ ମିନିଟ୍‌ରେ ଏହା ଜୟପୁରରେ ପହଞ୍ଚିଛି । ପରୀକ୍ଷାମୂଳକ ଭାବେ ଏହା ବିମାନ ବିନା ଯାତ୍ରୀରେ ଉଡ଼ାଣ ଭରିଛି। ପ୍ରାୟ ୧ ଘଣ୍ଟା ୫ ମିନିଟ୍‌ ରହିବା ପରେ ମଧ୍ୟାହ୍ନ ୧୨ଟାରେ ଏହା ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଫେରିଛି। ଏହାପରେ ଖୁବ୍‌ ଶୀଘ୍ର ଯାତ୍ରୀମାନେ ବି ବିମାନରେ ଭୁବନେଶ୍ୱରରୁ ଜୟପୁରକୁ ଯିବାର ସୁବିଧା ଉପଲବ୍ଧ କରିପାରିବେ।

nis-ad
Leave A Reply

Your email address will not be published.