ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ

ଭୁବନେଶ୍ୱର: ମୁକ୍ତା ଯୋଜନାରେ ସାମିଲ ହେଲେ ଶ୍ରମିକ। ଏଣିକି କର୍ମ ନିଯୁକ୍ତି ପାଇବେ ସହରୀ ଶ୍ରମିକ । ଭୁବନେଶ୍ୱର, କଟକ ପରି ରାଜ୍ୟର ଅନ୍ୟ ସହରରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ଏନେଇ ଆଜି ଲୋକସଭା ଭବନରେ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଜନା ବିଷୟରେ କହିଥିଲେ ।

ତେବେ ଓଡ଼ିଶାର ମୁକ୍ତା ଯୋଜନାକୁ ଅନେକ ସଫଳତା ମିଳିଛି । ୨୦୨୧-୨୨ ଡବ୍ଲୁଆରଆଇ ରୋଜ ସେଣ୍ଟରରେ ଏହି ଯୋଜନାକୁ ଶ୍ରେଷ୍ଠ ମନୋନିତ କରାଯାଇଛି । ପୋଲାଣ୍ଡର କାଟୋଓ୍ବାଇସରେ ଏକାଦଶ ବିଶ୍ବ ଅର୍ବାନ ଫୋରମରେ ବାଜି ମାରିଛି ମୁକ୍ତା ଯୋଜନା । ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଦାଖଲରୁ ମୁକ୍ତାକୁ ଚୟନ କରାଯାଇଛି ।

ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଏକ କଠୋର ଚୟନ ପ୍ରକ୍ରିୟା ମାଧ୍ୟମରେ ଫାଇନାଲିଷ୍ଟମାନଙ୍କୁ ଚୟନ କରାଯାଇଥିଲା । ଯୋଜନା ଶ୍ରେଷ୍ଠତ୍ବ ହାସଲ କରିବା ପରେ ୨ ଲକ୍ଷ ୫୦ ହଜାର ଡଲାର ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି । ଚାରୋଟି ରନର୍ସଅପ୍ ପ୍ରତ୍ୟେକ ୨୫,୦୦୦ ଡଲାର୍ ପାଇବେ । ମୁକ୍ତା ରାଜ୍ୟ ସରକାରଙ୍କ ଅନୁଦାନ ପ୍ରାପ୍ତ, 5T ଅଧୀନରେ ଫ୍ଲାଗସିପ୍ ଯୋଜନା । ଓଡିଶାର ସହରାଞ୍ଚଳ ପକେଟରେ ଏକ ପ୍ରଭାବଶାଳୀ ସହରୀ ଜୀବିକା ଭାବରେ ଉଭା ହୋଇଛି ।

nis-ad
Leave A Reply

Your email address will not be published.