ଆଜିଠାରୁ ଡାକ ଘରେ ମିଳିବ ଜାତୀୟ ପତାକା

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ମୂଖ୍ୟ ଡାକଘରେ ସ୍ୱାଧୀନତାର ୭୫ତମ ଆ ଜାଦୀ କି ଅମୃତ ମହୋତ୍ସବ ଅବସରରେ ହର ଘର ମେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ଉଦେଶ୍ୟରେ କମ ମୂଲ୍ୟରେ ଜାତୀୟ ପତାକା ବିକ୍ରୟ ଆରମ୍ଭ ହୋଇଛି l ଏହାକୁ ଫୁଲବାଣୀ ମୁନିସିପାଲିଟି ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ l ଆଜିଠାରୁ ପ୍ରତ୍ୟେକ ଡାକଘରେ ମାତ୍ର ୨୫ ଟଙ୍କା ମୂଲ୍ୟରେ ମିଳିବ ବୋଲି ଡାକ ବିଭାଗ ମଣ୍ଡଳ ଅଧିକ୍ଷକ ସୁଧାଂଶୁ ଶେଖର ପାଢ଼ୀ କହିଛନ୍ତି l ଉଦଘାଟନୀ ଉତ୍ସବରେ ସମସ୍ତ ଡ଼ାକ ବିଭାଗ ଅଧିକାରୀ, କର୍ମଚାରୀ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.