ଯାଜପୁର ପ୍ରେମିକ ଆତ୍ମହତ୍ୟା: ବ୍ଲାକମେଲିଂ ଅଭିଯୋଗରେ ପ୍ରେମିକା ସମେତ ୪ ଗିରଫ

ଯାଜପୁର: ବହୁଚର୍ଚ୍ଚିତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚାଉଳିଆ ଗାଁର ଶେଷଦେବ ସାହୁ ଆତ୍ମହତ୍ୟା ଘଟଣାରେ ନୂଆ ଟୁଇଷ୍ଟ । ଧରା ପଡିଲା ପ୍ରେମିକାର ମିଛ ପ୍ରେମ ।

ଟଙ୍କା ପାଇଁ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ପ୍ରତାରିତ କରିଥିଲେ ପ୍ରେମିକା । ଏପରିକି ନୂଆ ପ୍ରେମିକ ସହ ମିଶି ତାଙ୍କୁ ବ୍ଲେକମେଲିଂ କରିବା ସହ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରିଥିଲେ । ଯୁବକଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ସମ୍ପୃକ୍ତ ପ୍ରେମିକା ।

ପ୍ରେମିକାଙ୍କ ସହ ପୋଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ପ୍ରେମିକା ବର୍ଷା ଦାସ, ତାପସ ଓରଫ ମୁନା, ସୁଧାଂଶୁ ଓରଫ ଧନ ଏବଂ ଶୁଭମ୍ ଓରଫ ବିଟୁ । ପୋଲିସ ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଶେଷଦେବ ବର୍ଷାଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ । କିନ୍ତୁ କିଛିଦିନ ପରେ ପ୍ରେମିକା ଶେଷଦେବକୁ ଛାଡି ମୁନାକୁ ଭଲ ପାଇଥିଲେ । ଏପରିକି ମୁନା ବର୍ଷାର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଶେଷଦେବକୁ ପଠାଇ ବ୍ଲାକମେଲିଂ କରୁଥିଲା ଏବଂ ଟଙ୍କା ମାଗିଥିଲା । ଶେଷଦେବ ବିଭିନ୍ନ ସମୟରେ ଭିଡିଓ ଡିଲିଟ୍ କରିବା ପାଇଁ ଲକ୍ଷାଧିକ ଟଙ୍କା, ସୁନା ଗହଣା ଦେଇ ଆସୁଥିଲେ । କିନ୍ତୁ ବାରମ୍ବାର ଟଙ୍କା ଦେଇ ମଧ୍ୟ କୌଣସି ଲାଭ ନ ମିଳିବାରୁ ହତୋତ୍ସାହିତ ହୋଇ ଶେଷଦେବ ନିଜ ଜୀବନ ହାରିଥିଲେ । ଏନେଇ ମୃତ ଯୁବକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରି ୧୪ଦିନ ପରେ ଅଭିଯୁକ୍ତ ପ୍ରେମିକା ସମେତ ୪ ଜଣଙ୍କୁ ଗିରଫ କରିଛି ।

nis-ad
Leave A Reply

Your email address will not be published.