ଜୟଦେବ କଲେଜରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି ଯୌନ ଶୋଷଣ କରୁଥିବାର ଅଭିଯୋଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏନସିସି ଦାୟିତ୍ୱରେ ଥିବା ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଞ୍ଜନ ଦାସ ଛାତ୍ରୀଙ୍କୁ ଯୌନ ଶୋଷଣ କରିଚାଲିଥିଲେ । ଅତିଷ୍ଠ ହୋଇ ଛାତ୍ରୀଜଣକ କଲେଜ କର୍ତୁପକ୍ଷଙ୍କୁ ଅଭିଯୋଗ କରିଥଲେ । ଛାତ୍ରୀଙ୍କ ଅଭିଯୋଗ ପରେ ଏକ ଅନ୍ତରୀଣ କମିଟି ଗଠନ କରି ଅଭିଯୋଗକାରୀ ଛାତ୍ରୀ ଏବଂ ଅଭିଯୁକ୍ତ ଅଧ୍ୟାପକଙ୍କୁ ଡାକି ପଚରା ଉଚରା କରଥିଲେ କଲେଜ କର୍ତୁପକ୍ଷ ।

ଏନେଇ ଏକ ରିପୋର୍ଟ କମିଟି ମୁଖ୍ୟ ଉପ ଜିଲ୍ଲାପାଳଙ୍କୁ ଦେଇଥିଲା କଲେଜ । ଘଟଣାର ଗୁରୁତ୍ୱକୁ ଦେଖି ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଭିଯୁକ୍ତ ଅଧ୍ୟାପକଙ୍କୁ ବଦଳି କରିଦେଇଥିଲେ । ତେବେ ଏହାରି ଭିତରେ ଅଭିଯୋଗକାରୀ ଅବା କଲେଜ କର୍ତୁପକ୍ଷ ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି । ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜକୁ ଦିଆଯାଇଥିବା ଚିଠି, ପୁଣିଥରେ ଅନ୍ଧାର ଭିତରକୁ ଚାଲି ଯାଉଥିବା ଘଟଣା ଉପରେ ଆଲୋକପାତ କରିଛି । କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଆଇନ ୨୦୧୩ ଅନୁଯାୟୀ ଘଟଣାର ଅଧିକ ତଦନ୍ତ କରିବାର ଆବଶ୍ୟକତା ରହିଛି । ଯଥାଶୀଘ୍ର ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

nis-ad
Leave A Reply

Your email address will not be published.