କାଷ୍ଟିଂ କାଉଚ୍ ମାମଲା: କମେଡି କିଙ୍ଗ୍ ପପୁ ପମପମଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର: କମେଡି କିଙ୍ଗ୍ ପପୁ ପମପମଙ୍କୁ ମିଳିଲା କ୍ଲିନଚିଟ୍ ।୨୦୧୬ର କାଷ୍ଟିଂ କାଉଚ୍ ମାମଲାରେ କ୍ଲିନଚିଟ୍ ମିଳିଥିବା ସୂଚନା ମିଳିଛି । ପପୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ନାବାଳିକା । ଏହା ସହ ଆଜି ପପୁଙ୍କ ସହ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁହିଁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ ।

ତେବେ ଜଣେ ନାବାଳିକାଙ୍କୁ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ଦେବା ବାହାନାରେ ଓଡ଼ିଆ ଫିଲ୍ମ ଜଗତର ଚର୍ଚିତ ହାସ୍ୟ କଳାକାର ତତ୍ତ୍ୱପ୍ରକାଶ ଶତପଥୀ ଓରଫ ପପୁ ପମୁପମ୍ ଅସଦାଚରଣ କରିବା ଅଭିଯୋଗ ହୋଇଥିଲା। ଏନେଇ ପପୁ ପମପମ ଓରଫ ତତ୍ତ୍ୱ ପ୍ରକାଶ ଶତପଥୀଙ୍କ ନାମରେ ଗତ ୨୦୧୬ ମସିହା ଜୁନ୍ ୨୫ରେ ଭୁବନେଶ୍ୱର ମହିଳା ଥାନାରେ ମାମଲା ରୁଜୁ ହୋଇଥିଲା।

ଜୁଲାଇ ୧ ତାରିଖରେ ପୋକ୍ସୋ କୋର୍ଟରେ ପପୁଙ୍କ ବିରୋଧରେ ଚାର୍ଜଫ୍ରେମ କରାଯାଇଥିଲା। ଆଇପିସିର ଧାରା ୩୪୧, ୩୨୩ ଏବଂ ୩୫୪ ଏବଂ ସେକ୍ସନ୍ ୮ ଓ ୧୨ରେ ପୋକ୍ସୋ କୋର୍ଟରେ ତାଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। କମିସନରେଟ୍ ପୁଲିସ ଏହି ଘଟଣାରେ ପପୁ ଓ ତାଙ୍କର ଜଣେ ସହଯୋଗୀ ଗିଟୁଙ୍କୁ ପୁରୀରୁ ଗିରଫ କରିଥିଲା। ତେବେ ଉଭୟଙ୍କୁ ଅଗଷ୍ଟ ୧୦ରେ ହାଇକୋର୍ଟରୁ ଜାମିନ ମିଳିଥିଲା।

nis-ad
Leave A Reply

Your email address will not be published.