କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମକ ଘଟଣା : ତଦନ୍ତ ରିପୋର୍ଟ ଦେବାକୁ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ

କେନ୍ଦୁଝର ୨   : କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଦୁଇ ଦିନରେ ଦୁଇଟି ସ୍ଥାନରେ ମରଣାନ୍ତକ ଆକ୍ରମଣକୁ ନେଇ ପ୍ରଶାସନର ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଏକ ପ୍ରାୟୋଜିତ ଆକ୍ରମଣ ବୋଲି କହିଛନ୍ତି ଅନନ୍ତ ନାୟକ ।

ତେଲକୋଇ ଗସ୍ତ ପୂର୍ବରୁ ଆୟୋଗର ଓଡ଼ିଶା ମୁଖ୍ୟ ଏସ୍‌ପିଙ୍କୁ ଗସ୍ତ ସମ୍ପର୍କରେ ଅବଗତ ମଧ୍ୟ କରାଇଥିଲେ । ତାପରେ ମଧ୍ୟ ତେଲକୋଇ ବ୍ଲକକୁ ଯାଉଥିବା ସମୟରେ ଅନ୍ୟ ଏକ ବ୍ଲକର ଲୋକେ କାଞ୍ଜିପାଣି ଥାନା ସମ୍ମୁଖରେ ତାଙ୍କୁ ଆଭିଯୋଗ ଦେବା ବାହାନାରେ ଅଟକାଇ ତାଙ୍କୁ ଓ ତାଙ୍କ ଟିମ୍ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଆକ୍ରମଣକାରୀମାନେ ଆଗାମୀ ଦିନରେ ତାଙ୍କୁ କେନ୍ଦୁଝର ମାଟି ମଡ଼ାଇ ଦିଆଇଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଏହାପରେ ଅନନ୍ତ ନାୟକ କାଞ୍ଜିପାଣିରୁ ଫେରିଯାଇ ନୁଦୁରପଡା-କାଳିଆହତା ରାସ୍ତା ହୋଇ ତେଲକୋଇ ବ୍ଲକ ବଳଭଦ୍ରପୁର ପଞ୍ଚାୟତକୁ ଆସିଥିଲେ, ବଳଭଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଆଦିବାସୀଙ୍କ ୧୮୦ଟି ଅଭିଯୋଗ ଶୁଣାଣି କରିଥିଲେ । ତେବେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତଙ୍କୁ କିଛି ଦିନ ପୂର୍ବେ ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡାଠାରେ କିଛି ଲୋକ ସମାନ ଢଙ୍ଗରେ ବିରୋଧ କରିଥିଲେ । ଏହି ଆକ୍ରମଣକୁ ନେଇ ଆଦିବାସୀ ନେତ୍ରୀ ଏହାକୁ ନିନ୍ଦା କରିବା ସହ କହିଛନ୍ତି ଅୟୋଗ ସଦସ୍ୟ ଦଳିତ ନିଷ୍ପେସିତ ଅବହେଳିତ ? ନ୍ୟାୟ ଦେବାକୁ ଅଣ୍ଟା ଭିଡ଼ିଛନ୍ତ ତେଣୁ ଏହା ସରକାରୀ କଳ ଓ କିଛି ମୁଷ୍ଟିମେୟ ଲୋକଙ୍କର ଇଙ୍ଗିତରେ ପ୍ରାୟୋଜିତ ଆକ୍ରମଣ ହୋଇଛି ।

nis-ad
Leave A Reply

Your email address will not be published.