ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ ପ୍ରତିବାଦ ରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର…

ନବରଙ୍ଗପୁର : ଚୁକ୍ତି ଭିତ୍ତିକ କର୍ମଚାରୀ ମହାସଂଘ ନବରଙ୍ଗପୁର ତରଫରୁ ଆଜି ଏକ ମେମୋରେଣ୍ଡମ୍ ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦିଆଯାଇଛି । ଏଥିରେ ମୁଖ୍ୟତଃ ଚୁକ୍ତିଭିତ୍ତିକ ନିଯୁକ୍ତି କୁ ଉଚ୍ଛେଦ କରିବା ସଙ୍ଗେ ସଙ୍ଗେ ୬ ବର୍ଷ ପୂରଣ କରିଥିବା ଚାକିରୀଆ ଙ୍କୁ ସରକାରୀ ଚାକିରିଆ ରୂପେ ଗ୍ରହଣ କରିବାକୁ ଓ ୨୦୧୬ ଦରମା ନିର୍ଦ୍ଧାରଣ ନିୟମ ପ୍ରକାରେ ଶିକ୍ଷକ ମାନଙ୍କ ଦରମା ନିର୍ଦ୍ଧାରଣ କରିବାକୁ କୁ ଏହି ଦାବି ପତ୍ରରେ ଉଲ୍ଲେଖ କରଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ସଭାପତି ଭାବେ ପ୍ରଦୀପ କୁମାର ଦଳେଇ, କାର୍ଯ୍ୟକାରୀ ସଭାପତି ସୌରଭ ଦାସ , ସମ୍ପାଦକ ଆଶୀର୍ବାଦ ମହାପାତ୍ର ଓ ଦେବାଶିଷ ସୁଆର ବ୍ଲକ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.