ସୁନ୍ଦରଗଡ଼ ସହରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ…


ସୁନ୍ଦରଗଡ଼ : ସୁନ୍ଦରଗଡ଼ ,ସ୍ୱତନ୍ତ୍ରତା ର ୭୫ ତମ ବର୍ଷ ଅବସରରେ ସାରା ଭାରତ ବର୍ଷରେ ପାଳିତ ହେଉଛି ଅମୃତ ମହୋତ୍ସବ। ୧୫ ଅଗଷ୍ଟ ୨୦୨୧ ରୁ ଏକ ବର୍ଷ ପର୍ଯ୍ୟନ୍ତ ଏହି ଉତ୍ସବ ପାଳିତ ହେବ। ଏହି କ୍ରମରେ ଆଜି ସକାଳ ୭ ଟାରେ ସୁନ୍ଦରଗଡ଼ ନଗରରେ ସାମୁହିକ ବନ୍ଦେ ମାତରଂ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ୩୦୦ ରୁ ଉର୍ଦ୍ଧ ସୁନ୍ଦରଗଡ଼ବାସୀ ଯୋଗଦାନ ଦେଇ ବନ୍ଦେ ମାତରଂ ଗାନ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଡ଼. ଚିରବ୍ରତ୍ତ ଦତ୍ତ କହିଲେ ଯେ ବନ୍ଦେ ମାତରଂ ଗୀତ ରେ

ପ୍ରେରଣା ପାଇ ଅଗଣିତ ଭାରତବାସୀ ସ୍ଵାଧୀନତା ଆନ୍ଦୋଳନ ରେ ଯୋଗ ଦେଇଥିଲେ। ଏହି ଅବସରରେ ସେହି ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଆମେ ମନେ ପକେଇବା ଉଚିତ୍। ପ୍ରତ୍ୟେକ ନାଗରିକ ଏହି ଅବସରରେ କିଛି ସଂକଳ୍ପ ନେବା ପାଇଁ ସେ ଅନୁରୋଧ କରିଥିଲେ। ଆମେ ସମସ୍ତେ ନିଜ ମାତୃଭାଷାର ସମ୍ମାନ କରିବା ଉଚିତ୍।ମାତୃଭାଷାରେ ହିଁ ସ୍ୱାକ୍ଷର ତଥା ନାମ ଫଳକ ତିଆରି କରିବା ଆବଶ୍ୟକ। ମାଙ୍ଗଳିକ କାର୍ଯ୍ୟରେ ନିଜ ମାତୃଭାଷାରେ ନିମନ୍ତ୍ରଣ ପତ୍ର ଦେବା ଠିକ୍। ଏହା ବ୍ୟତୀତ ସ୍ୱଦେଶୀ ବ୍ୟବହାର ଏବଂ ପର୍ଯ୍ୟାବରଣ ସୁରକ୍ଷା ପାଇଁ ସେ ସମସ୍ତଙ୍କୁ ଆଗ୍ରହ ରଖିଥିଲେ। ଏକକାଳୀନ ବ୍ୟବହୃତ ପଲିଥିନ ବ୍ୟବହାର ନ କରିବା, ଜଳ ସଂରକ୍ଷଣ କରିବା ତଥା ପ୍ରତ୍ୟେକ ବ୍ୟକ୍ତି ପ୍ରତି ବର୍ଷ କିଛି କିଛି ବୃକ୍ଷରୋପଣ କରିବା ପାଇଁ ସେ ଆଗ୍ରହ ରଖିଥିଲେ। ଶ୍ରୀ ନାରାୟଣ ଚନ୍ଦ୍ର ପଟେଲ୍ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ନଗରର ଅନେକ ସ୍ବେଛାସେବୀ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ନିଜର ବହୁମୂଲ୍ୟ ସମୟ ପ୍ରଦାନ କରିଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.