ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବେ ୨୬ ଜଣିଆ ବିଧାୟକ ଟିମ୍

ଭୁବନେଶ୍ୱର: ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବେ ୨୬ ଜଣିଆ ବିଧାୟକ ଟିମ୍ । ଓଡିଶା ବିଧାନସଭାର ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବିଧାୟକମାନେ ଦିଲ୍ଲୀ ଯିବେ ।

ଉପବାଚସ୍ପତି ରଜନୀକାନ୍ତ ସିଂ , ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ , ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ , ବିଧାୟକ ପଦ୍ମିନୀ ଦିଆନ , ନରସିଂହ ମିଶ୍ର , ତାରା ପ୍ରସାଦ ବାହିନୀପତି , ସନ୍ତୋଷ ସିଂ ସାଲୁଜା , ମୋହନ ମାଝୀ , କୁସୁମ ଟେଟେ ସୁଦାମ ମାର୍ଣ୍ଡି , ଦେବୀ ପ୍ରସାଦ ମିଶ୍ର , ସ୍ନେହାଙ୍ଗିନୀ ଛୁରିଆ , ପ୍ରମୁଖ ଦିଲ୍ଲୀ ଯିବେ ।

ଏହା ପୂର୍ବରୁ ଏଥିପାଇଁ ବିଧାନସଭାରେ ସଙ୍କଳ୍ପ ପାରିତ ହୋଇଛି ।୨୬ ଜଣଙ୍କ ମଧ୍ୟରେ ୧୫ ବିଜେଡି ବିଧାୟକ , ୬ ବିଜେପି ବିଧାୟକ ଏବଂ ତିନି କଂଗ୍ରେସ ବିଧାୟକ ସାମିଲ ଅଛନ୍ତି । ଭେଟିବା ପୂର୍ବରୁ ସମସ୍ତ ବିଧାୟକଙ୍କ କୋଭିଡ ପରୀକ୍ଷା କରାଯିବାର ସୂଚନା ରହିଛି ।

nis-ad
Leave A Reply

Your email address will not be published.