ସ୍ବାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ…

ରାଉରକେଲା : ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ଠାରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ଯ ସରକାରଙ୍କ ଗୃହ ବିଭାଗ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁସାରେ ଚଳିତବର୍ଷ ମଧ୍ୟ ରାଉରକେଲାରେ କୋଭିଡ କଟକଣା ମଧ୍ୟରେ ସ୍ବାଧୀନତା ଦିବସ ପାଳନ କରାଯିବ । ବୈଠକରେ ସ୍ବାଧୀନତା ଦିବସ ସମାରୋହ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ, ସୀମିତ ଅତିଥି ମାନଙ୍କ ଉପସ୍ଥିତିରେ ପାଳନ କରିବାଯିବାକୁ ଗୁରୁତ୍ବ ଦିଆଯାଇଛି।

ଚଳିତବର୍ଷ ମଧ୍ଯ ଏହି ଅବସରରେ ସାଧାରଣ ଜନତାଙ୍କ ପ୍ରବେଶ ନିଷେଧ କରାଯାଇଛି। ଆଜିର ଏହି ବୈଠକ ରେ ଆନୁଷଙ୍ଗିକ ବ୍ୟବସ୍ଥା, ଯଥା ପ୍ୟାରେଡ ପଡିଆରେ ସାଜସଜ୍ଜା, ସଫେଇ, ପାନୀୟ ଜଳ ଯୋଗାଣ, ଅଭ୍ୟାସ ପ୍ୟାରେଡ , ଟ୍ରାଫିକ ନିୟନ୍ତ୍ରଣ, ସହରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଆଇନ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଗୁରୁତ୍ବାରୋପ କରାଯାଇଥିଲା। ଉକ୍ତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀମାନଙ୍କୁ ଏହି କାର୍ଯ୍ୟ ସମ୍ପାଦନା ଉପରେ ଗୁରୁତ୍ବ ଦେବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

୧୫ଅଗଷ୍ଟ ଦିନ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ ସକାଳ ୫ ଘଟିକା ସମୟରେ ରାମଧୂନ ପରିବେଷଣ କରାଯିବା ସହ ସମସ୍ତ ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରଭାତ ଫେରୀ କରିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଛି। ସକାଳ ୭.୩୦ ମିନିଟ ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷା ଅନୁଷ୍ଠାନମାନଙ୍କରେ ଅନୁଷ୍ଠାନର ମୁଖ୍ୟଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ସ୍ଥାନିୟ ଉଦିତନଗର ପଡିଆ ଠାରେ ସକାଳ ୯.୧୫ ଘଟିକା ସମୟରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରିବେ ଏବଂ ଅଭିବାଦନ ଗ୍ରହଣ କରିବେ। କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନୀ ଦ୍ୱାରା ଅଭିବାଦନ ଗ୍ରହଣ କରାଯିବ। ଏହା ଛଡା ବିଭିନ୍ନ ବିଭାଗରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତି ବିଶେଷମାନଙ୍କ ସହ ସ୍ବାଧୀନତା ଦିବସ ଉପଲକ୍ଷେ ହୋଇଥିବା ନିବନ୍ଧ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା।

ଶନିବାର ଦିନ ଅନୁଷ୍ଠିତ ଏହି ବୈଠକରେ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ମହାନଗର ନିଗମ ଡେପୁଟି କମିଶନର ସୁଧାଂଶୁ କୁମାର ଭୋଇ, ଭାରାପ୍ରାପ୍ତ ଡିଏସପି ଡି.ଆଇ.ବି ଭୀମସେନ ନାୟକ, ଆସିଷ୍ଟାଣ୍ଟ କମାଡାଣ୍ଟ ଓଏସଏପି ୪ର୍ଥ ବାଟାଲିୟନର ସରତ ଯାନି, ଆରଏସପି ର ଜିଏମ(ପ୍ରୋଟୋକଲ) ବିକେ ରାଉତ, ଜିଏମ (ଟାଉନ ସଭିସ)ବି. ମଲିକ, ଅସିଷ୍ଟାଡ ମ୍ୟାନେଜର (ପି .ଏଚଏସ) ପି କେ ପରିଡ଼ା, ବିଶ୍ରା ବ୍ଲକ ଶିକ୍ଷା ଅଧିକାରୀ ପି.ଜେନା, ଆରଆଇ ପୋଲିସ ଦିପ୍ତୀ ପ୍ରସାଦ ଜେନା, ସହକାରୀ ନିଦ୍ଦେର୍ଶକ ଉଦ୍ୟାନ ବିଭାଗ ଦୁଷ୍ମନ୍ତ କୁମାର ବେହେରା, ସହକାରୀ ଅଗ୍ନିଶମ ଅଧିକାରୀ ବିଜୟ କୁମାର ସାସମଲ, ଉଦିତ ନଗର ଥାନାଧିକାରୀ ରବୀନ୍ଦ୍ର ପାତ୍ର ,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ଉପସ୍ଥିତ ଥିଲେ।
ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.