୩ ବାଇକ୍ ଓ କାର୍‌କୁ ଧକ୍କା ଦେଲା ବସ୍, ବାଇକ ଚାଳକ ଗୁରୁତର, ୩ ଆହତ


ହିଞ୍ଜିଳିକାଟୁ, (୩୦/୭) : ଶନିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ ଜାତୀୟ ରାଜପଥ ମାଣିକନଗର ଛକ ନିକଟରେ ଦୁର୍ଘଟଣା ଘଟି ବାଇକ୍ ଚାଳକ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହିଞ୍ଜିଳିକାଟୁ ପୌରାଞ୍ଚଳର ଅତୁଲକୃଷ୍ଣ ସ୍ବାଇଁ (୫୧) । ଆହତମାନେ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳର ଶିବରାମ ସାହୁ, ପ୍ରଭୁଦତ୍ତ ପାତ୍ର ଓ ସାଗର ପାଣିଗ୍ରାହୀ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅତୁଲଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୂର୍ଘଟଣାଗସ୍ତ ୪ଟି ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।
ପ୍ରକାଶ ଯେ, ଶନିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ମାଣିକନଗର ଛକ ନୀକଟରେ ଏକ କାର୍ (ଏମ୧ ଏଚଓ ଡିଜି୫୯୪୧) ରାସ୍ତା ପ୍ବାର୍ଶ୍ବରେ ରହିଥିବା ବେଳେ ବ୍ରହ୍ମପୁର ଠାରୁ ରାଉରକେଲା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ସିଲ୍କ ସିଟି (ଓଡି୦୨ଏସି ୦୯୨୦) ପ୍ରଥମେ ରାସ୍ତା କଡ଼ରେ ଜଳଖିଆ ବିକ୍ରି କରୁଥିବା ଏକ ଠେଲା ଗାଡି ଓ ପରେ କାର୍ ସମ୍ମୁଖକୁ ଧକ୍କା ଦେଇଥିଲା । କାର ଆଗରେ ରହିଥିବା ଗୋଟିଏ ଏବଂ ପଛରେ ଆସୁଥିବା ୨ ବାଇକକୁ ଧକ୍କା ଦେଇଥିଲା (ଓଡି୦୭ସି ୨୩୯୨ ଓ‌ ଓଆର୦୭ଜେ ୭୯୨୦) ଜଣେ ବାଇକ୍ ଆରୋହୀ କାର ତଳେ ପଶିଯାଇ ଗୁରୁତର ଆହତ ହୋଇଥିଲେ । ଠେଲା ଗାଡି ମାଲିକ ଶିବରାମ, ୨ ଜଣ ଗ୍ରାହକ ପ୍ରଭୁଦତ୍ତ ଓ ସାଗର ଆହତ ହୋଇଥିବା ବେଳେ ବାଇକ୍ ଚାଳକ ଅତୁଲ ଗୁରୁତର ଆହତ ହୋଇଛନ୍ତି । ଦୂର୍ଘଟଣା ଘଟାଇ ଥିବା ବସ୍ ଚାଳକଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୈାଣସି ମାମଲା ରୁଜୁ ହୋଇନଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି

nis-ad
Leave A Reply

Your email address will not be published.