ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,(୨୯/୭) : ଆସନ୍ତା ସ୍ୱାଧୀନତା ଦିବସ ପାଳନ ପାଇଁ ବ୍ଲକ ସଭାଗୃହ ଠାରେ ବିଡ଼ିଓ ଗଦାଧର ପାତ୍ରଙ୍କ ଅଧକ୍ଷତା କ୍ରମେ ଏକ ପ୍ରସ୍ତୁତି ଵେଠକ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସ୍ୱାଧୀନତା ଦିବସ କିଭଳି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ ହୋଇଥିଲା । ପୂର୍ବ ଦୁଇ ବର୍ଷ କରୋନା ଯୋଗୁଁ ପତାକା ଉତୋଳନ ହୋଇନଥିବା ବେଳେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲା । କିନ୍ତୁ ଏହି ବର୍ଷ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସ୍ଵାଧିନତା ଦିବସ ପାଳନ କରାଯିବ ବୋଲି ଆଲୋଚନା ହୋଇଥିଲା । ଏହି ବୈଠକ ରେ ତହସିଲଦାର ଚାର୍ଲସ ନାୟକ, ଥାନା ଅଧିକାରୀ କୌଶିକ ମାଝୀ,ବିଇଓ ରସାନନ୍ଦ କର,ସିଡିପିଓ ଅଞ୍ଜଳି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ଶିକ୍ଷକ,ସିଆରସିସି ସମେତ ବିଭିନ୍ନ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.