ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଗତକାଲି ଠାରୁ ଟି.ଏଲ୍.ଏମ୍. କିଟ୍ ବଣ୍ଟନ ଆରମ୍ଭ ହୋଇଛି । ମୁଖ୍ୟ ଅତିଥିଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ପାଟିଲ୍ ଆଶିଷ ଇଶ୍ବର ଏହି ବଣ୍ଟନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ସମୁଦାୟ ୨୧୨ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ଏହି କିଟ୍ ପାଇବାପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି । ଏହି ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ ତରଫରୁ ମାଗଣାରେ ଏହି କିଟ୍ ପ୍ରଦାନ କରାଯାଉଛି। ଫିଜିଓଥେରାପି ଅଧ୍ୟାପକ ଡଃ ଆଶିଷ ପରାଶର ଓ ବୃତ୍ତିଗତ ଥେରାପି ଅଧ୍ୟାପକ ଡଃ ଦେବାଶିଷ ରାଉତ ଏହି କିଟ୍‌ରେ ଥିବା ଉପକରଣ ଗୁଡ଼ିକର ବ୍ୟବହାର ଉପରେ ସମ୍ୟକ ଧାରଣା ଦେଇଥିଲେ। ୩ ଦିନ ଧରି ଏହି କିଟ୍ ବଣ୍ଟନ କାର୍ଯ୍ୟ ଚାଲୁ ରହିବ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପ୍ରଧାନ ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ, ସମଗ୍ର ଶିକ୍ଷା ଅଧକାରୀମାନେ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.