୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ବର: ପୁଣି କୋଟିଏରୁ ଅଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଶେଖ୍‌ ମେଜୁ । ଏ ନେଇ ଏସ୍‌ଟିଏଫ୍‌ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଖବର ପାଇ ବାଲେଶ୍ୱର ସହଦେବଖୁଣ୍ଟା ଅରଡ଼ ବଜାରରେ ଏସ୍‌ଟିଏଫ୍‌ ଚଢ଼ାଉ କରିଥିଲା।

ସେଠାରେ ଶେଖ୍‌ ମେଜୁଙ୍କୁ ଗିରଫ କରାଯାଇ ତାଙ୍କ ନିକଟରୁ ୧ କେଜି ୫୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହାସହ ଶେଖ୍‌ ମେଜୁଙ୍କ ନିକଟରୁ ନଗଦ ୨୮ ହଜାର ୧୦୦ ଟଙ୍କା ଜବତ ହୋଇଛି।

nis-ad
Leave A Reply

Your email address will not be published.