ପୁଣି ଜଣେ +୨ ଛାତ୍ରଙ୍କ ଆତ୍ମହତ୍ୟା ! ୨ ସପ୍ତାହରେ ଜୀବନ ହାରିଲେଣି ୫ ଜଣ

ଚେନ୍ନାଇ: ତାମିଲନାଡୁରେ ଜଣଙ୍କ ପରେ ଜଣେ ଛାତ୍ରଛାତ୍ରୀଙ୍କ ଜୀବନ ହାରିବା ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏହିକ୍ରମରେ ଆଜି ପୁଣି ଜଣେ +୨ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଗତ ୨ ସପ୍ତାହ ମଧ୍ୟରେ ୫ ଜଣ ଶିକ୍ଷାର୍ଥୀ ଜୀବନ ହାରିଲେଣି। ସେହିପରି ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ଘଟଣା।
ଆଜି +୨ ଛାତ୍ରଙ୍କ ମୃତଦେହ ଶିବଗଙ୍ଗା ଜିଲ୍ଲାରେ ଥିବା ତାଙ୍କ ଘର ଭିତରୁ ଉଦ୍ଧାର କରାଯାଇଛି। ସେ ଜୀବନ ହାରିବା ପୂର୍ବରୁ ଗୋଟିଏ ସୁଇସାଇଡ ନୋଟ ଲେଖିଛନ୍ତି। ଏଥିରେ ସେ ଗଣିତ ଓ ବାଓଲୋଜି ପାଠର ଚାପ ସହି ପାରୁ ନଥିବା କଥା ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ୪ ଜଣ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏମାନଙ୍କ ମଧ୍ୟରୁ ୩ ଜଣ +୨ରେ ପଢ଼ୁଥିଲେ।
ଆଜି ସକାଳୁ ଶିବକାଶୀରୁ ଏକଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ମୃତଦେହ ନିକଟରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳିନି। ତେବେ ସେ ବିଭିନ୍ନ ରୋଗରେ ପୀଡ଼ିତ ଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଛାତ୍ରୀଙ୍କ ମୃତ୍ୟୁ ପୂର୍ବରୁ କୁଡ୍ଡାଲୋର ଜିଲ୍ଲାରେ ଆଉ ଜଣେ +୨ ଛାତ୍ରୀ ଜୀବନ ହାରିଥିଲେ। ସୋମବାର ତରୁଭାଲ୍ଲୁର ଜିଲ୍ଲାରେ ଥିବା ଗୋଟିଏ ଗାର୍ଲସ ହଷ୍ଟେଲରେ ଆଉ ଜଣେ +୨ ଛାତ୍ରୀ ଆତ୍ମହତ୍ୟା କରିଥିଲେ।
ଜୁଲାଇ ୧୩ରେ କାଲ୍ଲାକୁରୁଚି ଜିଲ୍ଲାରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେ ଗୋଟିଏ ଘରୋଇ ଆବାସିକ ସ୍କୁଲର ହଷ୍ଟେଲରୁ ମିଳିଥିଲା। ଏହାକୁ ନେଇ ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ପୋଡ଼ାଜଳା ଦେଖାଯାଇଥିଲା। ଛାତ୍ରୀଙ୍କୁ ସ୍କୁଲର ଶିକ୍ଷୟିତ୍ରୀମାନେ ହଇରାଣ କରୁଥିବାରୁ ସେ ଜୀବନ ହାରିଥିବା ଜଣାପଡ଼ିଛି। ଏଥିପାଇଁ ପୁଲିସ୍‌ ୨ ଶିକ୍ଷୟିତ୍ରୀ ଓ ପ୍ରିନ୍ସିପାଲଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

nis-ad
Leave A Reply

Your email address will not be published.