ବରିଷ୍ଠ ଭେଷଜ ଡାକ୍ତର ତ୍ରିନାଥ ପଣ୍ଡାଙ୍କ ଦେହାନ୍ତ

ଚିକିଟି : ଚିକିଟି ପେଣ୍ଠସ୍ଥିତ ଅଭିଜ୍ଞ ବରିଷ୍ଠ ଭେଷଜ ଡାକ୍ତର ତ୍ରିନାଥ ପଣ୍ଡାଙ୍କ ସ୍ୱାସ୍ଥ୍ୟ ଗତ କାରଣ ରୁ ୭୫ବର୍ଷ ବୟସରେ ସୋମବାର ରାତ୍ରିରେ ଦେହାନ୍ତ ହୋଇଯାଇଛି । ସେଜଣେ ମେଳାପୀ ମିଷ୍ଟଭାଷୀ ସଚ୍ଚୋଟ ଓ ଆଦର୍ଶ ଡାକ୍ତର ଭାବେ ସାରା ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ କେବଳ ଅଞ୍ଚଳରେ ନୁହେଁ ଜିଲ୍ଲା ଓ ଜିଲ୍ଲା ବାହାରେ କାର୍ଯ୍ୟ କରି ଖ୍ୟାତି ଅର୍ଜନ କରିବା ସାଙ୍ଗକୁ ଫୁଲବାଣୀ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ।

ଦିବଙ୍ଗତ ପଣ୍ଡା ସାର ଦୀର୍ଘ ବର୍ଷ ନିଷ୍ଠାପର ଭାବେ ଅଞ୍ଚଳରେ ଲୋକଙ୍କ ଚିକିତ୍ସା କରି ଅସାଧ୍ୟ ରୋଗର ଉପଚାର ରେ ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ। ଏତଦ୍ ବ୍ୟତୀତ ଚିକିଟି ପେଣ୍ଠ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସଭାପତି ରୂପେ ଦୀର୍ଘଦିନ କାର୍ଯ୍ୟ କରି ବିଦ୍ୟାଳୟ ଉନ୍ନତି ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।ଏହି ମହାନ ବ୍ୟକ୍ତି ଆଜି ପରଲୋକରେ। ଅସୁସ୍ଥତା କାରଣ ରୁ ତାଙ୍କୁ ବ୍ରହ୍ମପୁର ଡାକ୍ତର ଖାନାକୁ ନିଆଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ମୃତ୍ୟୁ ଦେହକୁ ପୈତୃକ ବାସସ୍ଥାନ ଆଣି ପାରମ୍ପରିକ ନୀତି ଅନୁଯାୟୀ ସ୍ମସାନ କୁ ନେଇ ସଂସ୍କାର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଭାଇ ବନ୍ଧୁ , ବନ୍ଧୁ ବର୍ଗ ଙ୍କ ଉପସ୍ଥିତ ରେ ମର ଶରୀର ପଞ୍ଚଭୂତ ରେ ଲୀନ ହୋଇଥିଲା।ମୃତ ଶଯ୍ୟା ନିକଟରେ ସ୍ତ୍ରୀ, ପୁଅ, ବହୁ, ଦୁଇ ଝିଅ ଜ୍ୱାଇଁ ଉପସ୍ଥିତ ଥିବା ବେଳେ ଏକ ମାତ୍ର ପୁଅ ଡାକ୍ତର ପ୍ରଭୁ ପ୍ରସାଦ ପଣ୍ଡା ମୁଖାଗ୍ନି ଦେଇଥିଲେ।ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କ ଶେଷ କୃତ୍ୟ ରେ ଯୋଗ ଦେଇ ଶେଷ ଦର୍ଶନ କରିଥିବା ବେଳେ ସପରିବାର ଙ୍କୁ ସମାବେଦନ ଜ୍ଞାପନ କରି ଅମର ଆତ୍ମା ର ସଦଗତି କାମନା କରିଥିଲେ।

nis-ad
Leave A Reply

Your email address will not be published.