ଗଞ୍ଜେଇ ଜବତ ବେଳେ ମହିଳାଙ୍କୁ ମାଡ଼ ମାମଲା : ଏସ.ଡି.ପି.ଓ ନାଁ ରେ ରୁଜୁ ହେଲା ଦୁଇଟି ମାମଲା

ମାଲକାନଗିରି : ମାଲକାନଗିରି RAC13 ଗ୍ରାମରେ ରାତିଅଧିଆ ଗଞ୍ଜେଇ ଜବତ ବେଳେ ଦୁଇ ମହିଳାଙ୍କୁ ମାଡ଼ ସହ ଦୁର୍ବ୍ୟବହାର କୁ ନେଇ ବିବାଦିୟ ହୋଇ ପଡ଼ିଥିବା ଚିତ୍ରକୋଣ୍ଡା ଏସ.ଡି.ପି.ଓ ଅଂଶୁମାନ ଦ୍ବିବେଦୀଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ଦୁଇଟି ଏତଲା ରୁଜୁ ହେଇଛି । ଜି.ଆର. କେସ୍ ନମ୍ବର ୪୬୮ ଓ ୪୬୯ ରେ IPC ର ଧାରା 294, 323, 506, 354, 458, 460 ଓ 34 ସହ SC ST ଆଇନ ଅନୁଯାଇ ଅଂଶୁମାନ ଦ୍ବିବେଦୀଙ୍କ ବିରୋଧରେ ଏହି ମାମଲା ଗୁଡିକ ରୁଜୁ ହୋଇଛି । RSC 13 ଗାଁର ଚନ୍ଦ୍ରା ଖିଲ ଓ ମଣିମା ଖଡାଙ୍କ ଅଭିଯୋଗ ଆଧାରରେ ଅଂଶୁମାନ ଦ୍ବିବେଦୀଙ୍କ ବିରୁଦ୍ଧରେ ଏତଲା ରୁଜୁ କରିବା ଲାଗି ଚିତ୍ରକୋଣ୍ଡା ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମାଲକାନଗିରି ଏସ.ଡି.ଜେ.ଏମ କୋର୍ଟ ।

nis-ad
Leave A Reply

Your email address will not be published.