ଲାଞ୍ଚ ନେବା ମାମଲାରେ ଏମକେସିଜି ମେଡ଼ିକାଲରୁ ଦୁଇ ଆଟେଣ୍ଡାଣ୍ଟ ନିଲମ୍ବିତ…


ବ୍ରହ୍ମପୁର : ଦୁର୍ନୀତି ର ଚରମ ସୀମା ରେ ବ୍ରହ୍ମପୁର ବଡ ମେଡିକାଲ ଦଲାଲ ମାନଙ୍କ କବ୍ଜା ରେ ସମଗ୍ର ପରିବେଶ ଡାକ୍ତର ଙ୍କ ଠାରୁ ସୁଇପର ଯାଏ କିଏ କେଉଁ ବାହାନା ଦେଖାଇ ରୋଗୀ ଓ ତାଙ୍କ ସମ୍ପର୍କୀୟ ଙ୍କୁ ଲୁଟିବାକୁ ନେଇ ଅଭିଯୋଗ ଆସୁଛି ସୂଚନା ଥାଉକି ସେହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା l ପ୍ରସୂତି ବିଭାଗରେ ଭର୍ତ୍ତି ହୋଇଥିବା ଜନ୍ନାଥପ୍ରସାଦ ବ୍ଲକର ଜଣେ ଗର୍ଭବତୀଙ୍କ ବୃଦ୍ଧା ମାଆଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେବା ମାମଲାରେ ଦୁଇ ଜଣ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରାଯାଇଛି ।ପୂର୍ବରୁ ଏହି ମାମଲାରେ ୨ ଜଣ ସୁରକ୍ଷା କର୍ମୀଙ୍କୁ ନିଲମ୍ବନ କରାଯାଇଥିଲା । ଏହି ବୃଦ୍ଧାଙ୍କ ଝିଅ ଙ୍କ ଏକ ଶିଶୁ ପୂତ୍ରକୁ ଜନ୍ମ ଦେବା ପରେ ପ୍ରସୂତି ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ତାଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ନେଇଥିଲେ । ଏ ନେଇ ଏକ ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।ଏହାକୁ ଭିତ୍ତି କରି ଏହାର ତଦନ୍ତ କରାଯାଇଥିଲା ପରେ ଅଧୀକ୍ଷକଙ୍କ ପକ୍ଷରୁ ଉପରୋକ୍ତ କାର୍ଯ୍ୟକାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ଯାହାଫଳରେ ଅପରାଧୀ ୨ ଆଟେଣ୍ଡାଣ୍ଟ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି

nis-ad
Leave A Reply

Your email address will not be published.