ରାଜଧାନୀରେ ଧରାପଡ଼ିଲା ଆଉ ଜଣେ ଠକ ସ୍ୱାମୀ, ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ

ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଠକ ସ୍ୱାମୀ । ମିଛ କହି ଫସାଇଛନ୍ତି ଏକାଧିକ ମହିଳା । ଅନ୍ୟ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ସମୀର ବେଜ । ସମୀର ଭାରତ ମ୍ୟାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ସପ୍ଟୱେର ଇଂଜିନିୟର କହି ବିବାହ କରିଥିଲେ ଠକ ସମୀର ବେଜ ।

ବିବାହ ପରେ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଥିଲେ ଏବଂ ଟଙ୍କା ଓ ସୁନା ଗହଣା ହଡ଼ପ କରୁଥିଲେ । ଏହା ସହ ବିଭିନ୍ନ ବାହାନା କରି ଦିଲ୍ଲୀ ଓ ରାଜସ୍ଥାନ ଯାଇଥିଲେ ଠକ ସ୍ୱାମୀ ସମୀର ବେଜ ।

ସେଠାରେ ମଧ୍ୟ ଦୁଇ ଜଣଙ୍କୁ ବିବାହ କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ସ୍ତ୍ରୀ ବାପଘରକୁ ଯିବା ପରେ ଅନ୍ୟ ଯୁବତୀଙ୍କ ସହ ରହୁଥିଲେ । ଗତକାଲି ରାତିରେ ଏହି ଖବର ପାଇ ଓଲ୍ଡଟାଉନ ଅଂଚଳରେ ପହଁଚିଥିଲେ ସ୍ତ୍ରୀ । ସ୍ତ୍ରୀକୁ ଦେଖି ଯୁବତୀଙ୍କୁ ଖସାଇ ଦେଇଥିଲା ଅଭିଯୁକ୍ତ । ପିସିଆର ପହଁଚି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଏୟାରଫିଲ୍ଡ ଥାନାକୁ ଅଣାଯାଇଛି । ଅନ୍ୟ ଜଣେ ଯୁବତୀଙ୍କୁ ନେଇ ସମୀର ଫେରାର ହୋଇଯାଇଥିବା ଅଭିଯୋଗ କରି ପୂର୍ବରୁ କଟକ ସଦର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ । ଯୁବତୀଙ୍କ ଭାଇ ଦୁଷ୍ମନ୍ତ ବେଜ ମିଛ ଜାଲରେ ଫସାଇ ଭଉଣୀକୁ ନେଇ ଯାଇଥିବା ରମ୍ଭା ଥାନାରେ ଅଭିଯୋଗ ହୋଇଥିଲା ।

nis-ad
Leave A Reply

Your email address will not be published.