ଟାଟା କମ୍ପାନୀର ଦବଙ୍ଗଗିରି : ବିଦ୍ୟୁତ ବିଲ ଆଦାୟକୁ ନେଇ ୪ଦିନ ଅନ୍ଧାରରେ ରଖିଲା ଖଡ଼ିକାଯୋଡି ଗ୍ରାମକୁ

ପ୍ରତିବାଦରେ ବିଦ୍ୟୁତ କର୍ମଚାରୀ ଙ୍କୁ ଅଟକ ରଖିଲେ ଗ୍ରାମବାସୀ

ମାଲକାନଗିରି : ବର୍ଷା ଋତୁରେ ଚାଷୀମାନେ ଜମିହଳ କରିବା, ବିହନ ସଂଗ୍ରହ, ଖତ ସାର ସଂଗ୍ରହ ଭଳି ନାନା ରକମର ଅସୁବିଧା ସମ୍ମୁଖୀନ ହୋଇ ଋଣ କରି ଚାଷ କରିଥାଆନ୍ତି । ଏହି ଆଦିବାସୀ ଚାଷୀ ଗ୍ରାମରେ ବିଜୁଳି ବିଲ ଆଦାୟ ନାଁରେ ସଂଯୋଗ କାଟିବା ଭଳି ଅମାନବିକତା ର ପରିଚୟ ଦେଖାଇଛି ଟାଟା କମ୍ପାନୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଡିକାଯୋଡି ଗ୍ରାମରେ ବିଏଲ ପୁର ପଞ୍ଚାୟତ ରେ | ଟାଟା ପୱାର କମ୍ପାନୀ ୪ଦିନ ହେଲା ବିଦ୍ୟୁତ ସଂଯୋଗ କାଟି ଦେଇଛନ୍ତି l ଗତ ୧୪ ତାରିଖ ଦିନ ଟାଟା କମ୍ପାନୀର କର୍ମଚାରୀ ଭାରତ ବିଜୟ ଖେମୁଣ୍ଡୁ ବିଜୁଳି ବିଲ ଆଦାୟ କରିବାକୁ ଏହି ଗ୍ରାମକୁ ଯାଇଥିଲେ | ଏହି ଗ୍ରାମରେ ମୋଟ ୨୦ ରୁ ୨୨ଟି ପରିବାର ରୁହୁଥିବା ବେଳେ ସେହିଦିନ ଗ୍ରାମରେ ୧୫ ଟି ପରିବାର ଲୋକ ଗ୍ରାମରେ ଉପସ୍ଥିତ ଥିଲେ l ବିଭାଗୀୟ କର୍ମଚାରୀ ଜଣକ ପ୍ରତ୍ୟେକ ଘର ପିଛା ୧୦୦୦ ଟଙ୍କା ବାନ୍ଧିବାକୁ କହିଥିଲେ l ଏଥିରେ ଉପସ୍ଥିତ ୧୫ଟି ପରିବାର ଟଙ୍କା ବାନ୍ଧିବାକୁ ରାଜି ହୋଇଥିଲେ | ବଳକା ୫ଟି ପରିବାର ଚାଷ କାମରେ ବାହାରକୁ ଯାଇଥିଲେ ଦୁଇ ଦିନ ସମୟ ଦେଲେ ସେମାନଙ୍କୁ କହି ଟଙ୍କା ବାନ୍ଧିବେ ବୋଲି ଗ୍ରାମବାସୀ କହିଥିଲେ l ଏହା ଶୁଣି ବିଜୟ ଉପରିସ୍ଥ ପାଣ୍ଡ୍ରିପାଣିର ଲାଇନ ମ୍ୟାନ ତ୍ରିନାଥ ଖଡ଼ା ଓ ସନାଧର କୁ କହିଥିଲେ ଏ ଦୁହେଁ ମାନେ ମାଲକାନଗିରି ଜିଲ୍ଲା ବିଦ୍ୟୁତ ବିଭାଗ ର RPO ଓ SDO କୁ ଜଣେଇଥିଲେ l କିନ୍ତୁ ଲାଇନମ୍ୟାନ ଜଣଙ୍କ ଏହି ପଦାଧିକାରୀଙ୍କ ଆଦେଶ କ୍ରେମେ ସମସ୍ତ ପରିବାର ଟଙ୍କା ବାନ୍ଧିଲେ ଲାଇନ ଦିଅ ନଚେତ ଲାଇନ କାଟିଦେବା କୁ ଆଦେଶ ଦେଇଥିଲେ l ଏହା ପରେ ଗ୍ରାମରେ ଲାଇନ କଟା ଯାଇଥିଲା l ଆଜି ଗ୍ରାମ ବାସୀ ବିଲ ଆଦାୟ କରିବାକୁ ଯାଇଥିବା ଭରତ ବିଜୟ ଖେମୁଣ୍ଡୁ କୁ ଗ୍ରାମ ବାସୀ ଘେରି ତାଙ୍କର ପଦାଧିକାରୀ ଆସି ସମାଧାନ ନ କରିବା ଯାଏଁ ଭରତ କୁ ଛାଡ଼ିବୁ ନାହିଁ ବୋଲି କହିଥିଲେ l ଏହା କେଉଁ ନିୟମ ଲେଖା ଅଛି ଯେ ଗ୍ରାମର ସମସ୍ତ ପରିବାର ରୁ ୧୫ ପରିବାର ଟଙ୍କା ବାନ୍ଧିବାକୁ ରାଜି ଥିଲେ ମଧ୍ୟ ସମସ୍ତ ଗ୍ରାମବାସୀଙ୍କ ଲାଇନ କଟା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏହାପରେ ସତ୍ୟତା ନେଇ ବିଦ୍ୟୁତ ବିଭାଗର ଉପରିସ୍ଥ କର୍ମଚାରୀଙ୍କୁ ପଚାରିବାକୁ ଉଦ୍ୟମ କରିଥିଲେ ହେଁ ସମ୍ଭବ ହୋଇ ପାରିନଥିଲା । ବିଦ୍ୟୁତ ବିଭାଗର ଏହିଭଳି କାର୍ଯ୍ୟକୁ ସାଧାରଣ ରେ ବିରୋଧ କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହେଉଛି।

nis-ad
Leave A Reply

Your email address will not be published.