ପିଲାସାଲୁଙ୍କି ନଦୀରେ ବନ୍ୟା,୩ ପଞ୍ଚାୟତ ବାହ୍ୟଜଗତରୁ ବିଛିନ୍ନ

ଫୁଲବାଣୀ (୧୭ /୭) : ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗତ କିଛିଦିନ ଧରି ଲଗାଣ ବର୍ଷା ଲାଗିରହିବା ଫଳରେ ଜିଲାରେ ଥିବା ବିଭିନ୍ନ ନଦୀ ଓ ନାଳରେ ବନ୍ୟାଜଳ ଆସିବା ଫଳରେ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଥିବା ଖବର ମିଳିଛି l ଫୁଲବାଣୀ ପିଲା ସାଲୁଙ୍କି ନଦୀରେ ଆଜି ସକାଳୁ ପ୍ରବଳ ବନ୍ୟାଜଳ ଆସିବା ଫଳରେ ସହରର ନଦୀଖଣ୍ଡି ସାହି ଡ୍ୟାମ ଉପରେ ୩ ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି l ଫଳରେ ଡାକପାଲା, ଦାମିଗାଁ, ନୁଆରୀପଦର, ଆଲାମି ପଂଚାୟତ ବାହ୍ୟ ଜଗତରୂ ବିଛିନ୍ନ ହୋଇଯାଇଛି l ସେହିପରି ଫୁଲବାଣୀ ସହରର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ପ୍ରକୃତି ବିହାରର ଡ୍ରେଇନରେ ଆସୁଥିବା ପାଣି ଚୋକ ହେବାରୁ ଦୁର୍ଗନ୍ଧ ପାଣି ରାସ୍ତା ସମେତ ଘର ଭିତରକୁ ପଶିଥିବା ଦେଖିବାକୁ ମିଳିଛି ।
ସେହିପରି ଲଗାଣ ବର୍ଷା ରେ ଫୁଲବାଣୀ ଗତବର୍ଷ ନୂଆକରି ନିର୍ମାଣ ହୋଇଥିବା ନାରାୟଣୀ ପାର୍କର ପାଚେରୀ ଭୁଷୁଡି ଯାଇଛି lଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କେତେ ମଜବୁତରେ ପାର୍କ କାମ ହୋଇଥିଲା।ଫୁଲବାଣୀ ସହର ସମେତ ଲଗାଣ ବର୍ଷlରେ କେତକ ସ୍ଥାନରେ କଚାଘର ଭୁଶୁଡିପଡ଼ିଥିବା ସୂଚନାମିଳିଛି l
ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲାଯାଇ ସତର୍କ ଦୃଷ୍ଟି ରଖାଯାଇଥିବା ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.