ମୁଖ୍ୟମନ୍ତ୍ରୀଙ୍କୁ ବାର୍ଷିକ ରିପୋର୍ଟ ପ୍ରଦାନ କଲେ ବିଜେଡି ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ବର: ବିଜେଡି ସାଂସଦ ଅମର ପଟ୍ଟନାୟକ ତାଙ୍କର ବାର୍ଷିକ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି । ଏହି ରିପୋର୍ଟରେ ସେ ବିଭିନ୍ନ ପ୍ରସଙ୍ଗ ଉପରେ ଉଲ୍ଲେଖ କରିଛନ୍ତି । ବିଶେଷକରି ଓଡ଼ିଶାର ନାର୍ଯ୍ୟ ଦାବି, ଓଡ଼ିଆଙ୍କ ସ୍ୱାର୍ଥ କେମିତି ସଂସଦରେ ପ୍ରତିପାଦିତ ହୋଇପାରିବ, ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସାଂସଦ ।

ଉଷୁନା ଚାଉଳ ନଉଠେଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା କ୍ଷେତ୍ରରେ ହେଉଥିବା ପକ୍ଷପାତିତା ଆଦି ପ୍ରସଙ୍ଗ ସଂସଦରେ ଉଠାଇଥିବା ସେ ଏହି ରିପୋର୍ଟରେ ପ୍ରକାଶ କରିଛନ୍ତି । ଏହାଛଡ଼ା ଦରଦାର ବୃଦ୍ଧି ଓ ବଜେଟରେ ଗରିବମାନଙ୍କୁ କିପରି ଅଧିକ ଅନୁଦାନ ମିଳିପାରିବ, ସେନେଇ ସାଂସଦ ତାଙ୍କ ବାର୍ଷିକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

nis-ad
Leave A Reply

Your email address will not be published.