ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ପରେ ମଧ୍ୟ ବିଧବା ଭତ୍ତା ପାଇବାରୁ ବଞ୍ଚିତ

ଦାରିଙ୍ଗବାଡ଼ି (୧୬/୭): ଦାରିଙ୍ଗବାଡ଼ି ବ୍ଳକ ତାଜୁଙ୍ଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକବାଡ଼ି ଗ୍ରାମର ମୃତ ସ୍ୱାମୀ ମୁକୁନ୍ଦ ପାଟମାଝୀଙ୍କ ବିଧବା ପତ୍ନୀ ସୁନନ୍ତି ପାଟମାଝୀ ସ୍ୱାମୀଙ୍କ ମୃତ୍ୟୁର ଦୁଇବର୍ଷ ବିତିଯାଇଥିଲେ ମଧ୍ୟ ବିଧବା ପତ୍ନୀ ସୁନନ୍ତି ଆଜଯାଏ ବିଧବା ଭତ୍ତା ଓ ଜାତୀୟ ସମାଜ ମଙ୍ଗଳ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ସରକାରଙ୍କ ନିୟମ ପ୍ରକାରେ ଅନେକ ବାର ବିଧବା ଭତ୍ତା ଓ ଜାତୀୟ ସମାଜ ମଙ୍ଗଳ ଆର୍ଥିକ ସହାୟତା ପାଇବା ପାଇଁ ଫର୍ମ ପୂରଣ କରି ବ୍ଳକ କାର୍ଯ୍ୟାଳୟରେ ଦେଇଛନ୍ତି । ହେଲେ ପ୍ରଶାନଙ୍କ ଆନ୍ତରିକତାର ଅଭାଵ ହେଉକି ଖାମ ଖିଆଲ ନୀତି ଯୋଗୁଁ ଆର୍ଥିକ ସହାୟତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ବିଧବା ପତ୍ନୀ ସୁନନ୍ତିଙ୍କ ମୃତ ସ୍ୱାମୀ ମୁକୁନ୍ଦ ୨୦୨୦ସାଲ ମେ ମାସ ୨୩ ତାରିଖ ଦିନ ମୃତ୍ୟୁ ହୋଇଥିଲେ । ମୃତ ମୁକୁନ୍ଦ ଜଣେ ଅନୁସୂଚିତ ଜନଜାତିର ଅଟନ୍ତି । ବିଧବା ପତ୍ନୀ ସୁନନ୍ତିଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ ୧୮ବର୍ଷରୁ କମ ବୟସର ଚାରିଟି ସନ୍ତାନଙ୍କୁ ଧରି କୁଲି ମଜୁରୀ କାମକରି ପରିବାର ଚଳାଉଛନ୍ତି । ଫଳରେ ପାଞ୍ଚ ପ୍ରାଣିଙ୍କୁ ନେଇ ପରିବାର ଚଳାଇବା ସମସ୍ୟା ହୋଇଛି ।

ଏଣୁ ବିଧବା ଭତ୍ତା ଓ ଜାତୀୟ ସମାଜ ମଙ୍ଗଳ ଆର୍ଥିକ ସହାୟତା ପାଇଥିଲେ ପରିବାର ଚଳାଇବାରେ ସାମାନ୍ୟ ପରିବର୍ତ୍ତନ ହୋଇଥାନ୍ତା । ହେଲେ ପ୍ରଶାସନ ହେବ ହେବ କହି ବର୍ଷ ପରେ ବର୍ଷ ଗଡାଇ ଚାଲିଛନ୍ତି। ଏହି ବିଷୟରେ ବାଲିଗୁଡ଼ା ଉପ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଉପ ଜିଲ୍ଲାପାଳ ବ୍ଳକ ପ୍ରଶାସନଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ କେଉଁ କାରଣରୁ ଯେ ଦୁଇ ବର୍ଷରୁ ଉର୍ଦ୍ଧ ହେଲା ସିନା ବିଧବା ପ୍ରତି ଆନ୍ତରିକତା ଦେଖାଉନଥିବା ପ୍ରକାଶ ପାଇଛି । ଏଣୁ ଏଥିନେଇ ଦୃଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି ।

nis-ad
Leave A Reply

Your email address will not be published.