ଖାଦ୍ୟ ସାମଗ୍ରୀ ସହିତ ବଢ଼ିବ ଡାକ୍ତରଖାନାର ଖର୍ଚ୍ଚ; ସୋମବାରରୁ ଏସବୁ ଜିନିଷର ଦର ବୃଦ୍ଧି ହେବ

ନୂଆଦିଲ୍ଲୀ: ଦର ବୃଦ୍ଧିକୁ ନେଇ ପୁଣି ଥରେ କଲବଲ ହେବେ ଲୋକେ। ଜୁଲାଇ ୧୮ରୁ ଅନେକ ଜିନିଷ ମହଙ୍ଗା ହେବାକୁ ଯାଉଛି, ଯେଉଁଥିପାଇଁ ଆପଣଙ୍କ ପକେଟରେ ଭାର ଆହୁରି ବଢ଼ିବ । ୪୭ତମ ଜିଏସଟି ପରିଷଦ ବୈଠକରେ ସର୍ବସମ୍ମତି କ୍ରମେ ଅନେକ ଦୈନିକ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଜିନିଷଗୁଡ଼ିକ ଉପରେ ଜିଏସଟି ହାର ବୃଦ୍ଧି ସୋମବାର, ଜୁଲାଇ ୧୮ରୁ ଲାଗୁ ହେବ, ଯାହା ପରେ ସାଧାରଣ ଲୋକଙ୍କୁ ନିଜର ଅତ୍ୟାବଶ୍ୟକ ଜିନିଷ କିଣିବା ପାଇଁ ଅତିରିକ୍ତ ଅର୍ଥ ଦେବାକୁ ପଡ଼ିବ। ଏହା ସହ ଏବେ ଗୃହିଣୀଙ୍କୁ ନିଜ ରୋଷେଇ ଘରର ବଜେଟକୁ ଆହୁରି ବୃଦ୍ଧି କରିବାକୁ ପଡ଼ିବ। କାରଣ ଦହି, ଲସି, ଚାଉଳ, ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଜୁଲାଇ ୧୮ପରେ ବୃଦ୍ଧି ହେବ। ଏମିତିକି ପ୍ୟାକେଟ୍ ହୋଇଥିସବା ମୁଢି ଚୁଡ଼ା ଉପରେ ମଧ୍ୟ ୫ ପ୍ରତିଶତ ଜିଏସ୍ ଟି ଲାଗୁ ହୋଇଛି |
ସେହିପରି ଜିଏସଟି ପରିଷଦର ବୈଠକରେ ପ୍ରଥମ ଥର ପାଇଁ ଦୁଗ୍ଧଜାତ ଦ୍ରବ୍ୟ ଉପରେ ଜିଏସଟି ଲଗାଯାଇଛି। ଟେଟ୍ରା ପ୍ୟାକ୍ ହୋଇଥିବା ଦହି, ଲସି ଏବଂ ବଟର କ୍ଷୀର ଉପରେ ୫% ଜିଏସଟି ଆଦାୟ କରିବାକୁ ନିଷ୍ପତ୍ତି ନିଆଯାଇଛି। ବ୍ଲେଡ୍, ପେନ୍ସିଲ୍ କଟର୍, ଚାମଚ, କଣ୍ଟା ଚାମଚ, ଇତ୍ୟାଦି ଉପରେ ସରକାର ଜିଏସଟି ବୃଦ୍ଧି କରିଛନ୍ତି। ସେହିଭଳି ଆଇସିୟୁକୁ ବାଦ ଦେଇ ଡାକ୍ତରଖାନାର କୋଠରୀ ଭଡାରେ ନେଲେ ପ୍ରତି ରୋଗୀଙ୍କୁ ୫୦୦୦ରୁ ଅଧିକ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଜୁଲାଇ ୧୮ରେ ଆଇଟିସି ବିନା ପ୍ରତି କୋଠରୀ ପାଇଁ ରୋଗୀଙ୍କୁ ୫ପ୍ରତିଶତ ଜିଏସଟି ଦେବାକୁ ହେବ। ପୂର୍ବରୁ ଏହି ସେବା ପାଇଁ ଜିଏସଟି ଲାଗୁ ହେଉନଥିବା ବେଳେ ଏବେ ଏହାକୁ ଲାଗୁ କରାଯିବ।
ଏହା ସହ ୧୦୦୦ ଟଙ୍କା ଭିତରେ ଭଡା ଥିବା ଏକ ହୋଟେଲ ରୁମ ପାଇଁ ଆପଣଙ୍କୁ ଜିଏସଟି ଦେବାକୁ ପଡିବ। ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ଟଙ୍କା ଭିତରେ ମିଳୁଥିବା ହୋଟେଲ ରୁମ୍ ପାଇଁ ଲୋକଙ୍କୁ ଜିଏସଟି ଦେବାକୁ ପଡ଼ୁନଥିଲା।

nis-ad
Leave A Reply

Your email address will not be published.