ପାର୍କ ନାଁ ରେ କେଳେଙ୍କାରୀ…! କିଏ କାହିଁକି ଖର୍ଚ୍ଚ କରିଛି ଟଙ୍କା ! : “ପୀତବାସ ପଣ୍ଡା “


ବ୍ରହ୍ମପୁର -: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା 2021ଜାନୁୟାରୀ ମାସ ପାଞ୍ଚ ତାରିଖରେ ବ୍ରହ୍ମପୁର ରାମଲିଙ୍ଗେଶ୍ୱର ପାର୍କ ମହାଶମହୋରରେ ଉଦଘାଟନ ହୋଇଥିଲା l ସେହି ସମୟରେ ଏଥି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଅଭିଯୋଗ ହୋଇଥିଲା l ପରବର୍ତ୍ତୀ ସମୟରେ ବିଶିଷ୍ଟ ସଙ୍ଗୀତଜ୍ଞ ଅନୁପ ଜୋଲୋଟା ଙ୍କ କାର୍ଯ୍ୟକ୍ରମ, ହିଞ୍ଜିଳିରେ ସ୍କୁଲ ନବୀକରଣ ସମୟରେ ଶହେରୁ ଉର୍ଦ୍ଧ ବିଧାୟକଙ୍କ ରାମଲିଙ୍ଗେଶ୍ୱର ପାର୍କରେ ଭୋଜି ଭାତର ଆସର, ଓ ବିଭିନ୍ନ ସମୟରେ ଆଲୋକଦ୍ଵାରା ସୁସଜିତ କରବା ବାବଦରେ, ପାର୍କରେ ମହାନଗର ନିଗମ କେତେ ଟଙ୍କା ଖର୍ଚ୍ଚ କରିଛି ତାର ସବିଶେଷ ତଥ୍ୟ ସୂଚନା ଅଧିକାର ଆଇନ ଦ୍ଵାରା ଆଇନଜୀବି ତଥା ଶ୍ରମିକ ନେତା ଶ୍ରୀ ପୀତବାସ ପଣ୍ଡା ବ୍ରହ୍ମପୁର ମହାନଗର ନିଗମକୁ ମାଗିଥିଲେ କିନ୍ତୁ ଦୁର୍ଭାଗ୍ୟ ର କଥା ପୌର କତୃପକ୍ଷ ଏହି ବାବଦରେ କୌଣସି ଟଙ୍କା ଖର୍ଚ୍ଚ କରିନଥିବା ସୂଚନା ଆଇନରେ କହିଛନ୍ତି l ଯାହାକି ଅତି ଦୁର୍ଭାଗ୍ୟ ର ବିଷୟ
ଗତ 2021ଓ 2022 ଦୁଇଟି ଆର୍ଥିକ ବର୍ଷ ଚାଲିଗଲାଣି, କିନ୍ତୁ ହିସାବ ନିରୀକ୍ଷକଙ୍କ ନିକଟରେ. ନିଗମ କତୃପକ୍ଷ କାହିଁକି ଏହି ବାବଦରେ ତଥ୍ୟ ଦେଲେ ନାହିଁ ? ଯାହାକୁ ନେଇ ଟଙ୍କା

ଆତ୍ମସାତ ହୋଇଥିବା ର ଗନ୍ଧ ବାରିହୋଇପଡୁଛି l ସୂଚନା ଥାଉକି ଏହି ପରିପ୍ରେକ୍ଷୀରେ କିଏ, କାହିଁକି,କାହା ସ୍ୱାର୍ଥରେ ପାର୍କରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଏବଂ ବିଶିଷ୍ଟ ସଙ୍ଗୀତଜ୍ଞ ଅନୁପ ଜଲଟା ଙ୍କୁ ଦିଆ ଯାଇଥିବା ଟଙ୍କା କିଏ ପୈଠ କରିଛି ? ବିଧାୟକ ଙ୍କ ଗ୍ରସ୍ତ ସମୟରେ ପାର୍କ ମଧ୍ୟରେ ହୋଇଥିବା ଆଲୋକୀକରଣ ଓ ଖାଦ୍ୟ ପେୟର ଖର୍ଚ୍ଚ ସରକାରୀ ଥିଲା ନାଁ କୌଣସି ବ୍ୟକ୍ତି ବିଶେଷ ଖର୍ଚ୍ଚ କରିଥିଲେ..? ଏହାକୁ ନେଇ ସିଧା ପ୍ରଶ୍ନ କରାଯାଇଥିଲା ସୂଚନା ଆଇନ ମାଧ୍ୟମରେ କିନ୍ତୁ ଦଉଳ ଭିତରେ କିଏ..? ମୁଁ କଦଳୀ ଖାଇନାଇଁ ପରି ଉତ୍ତର ରଖୁଛି ପ୍ରଶାସନ l ପୌର ସଂସ୍ଥା, କୌଣସି ବ୍ୟକ୍ତି ବିଶେଷ କିମ୍ବା ଏକ ଅନୁଷ୍ଠାନକୁ ନିଜର ବ୍ୟବସୟୀକ କାର୍ଯ୍ୟକ୍ରମ ପାଇଁ ପାର୍କକୁ ଦେବା ତାହା କାହା ସ୍ୱାର୍ଥରେ ବୋଲି ମଧ୍ୟ ଶ୍ରୀ ପୀତବାସ ପଣ୍ଡା ପ୍ରଶ୍ନ କରିଛନ୍ତି…

nis-ad
Leave A Reply

Your email address will not be published.