ଆଷାଢ଼ରେ ଏମିତି ତ ଶ୍ରାବଣରେ କେମିତି !

ରାଉରକେଲା/ବଣାଇ(ବସନ୍ତ କୁମାର ଜେନା) : ବଣାଇ ଉପଖଣ୍ଡର କୋଇଡା ବ୍ଲକ୍ ଭଞ୍ଜପାଲି ଛକ ରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ବର୍ଷା ଆରମ୍ଭ ହେଉ ହେଉ ରାସ୍ତା ଘାଟର ଅବସ୍ଥା ଆପଣମାନେ ଦେଖିପାରୁଥିବେ ।

ଏହି ଫଟୋ ଚିତ୍ରଟି ହେଉଛି ସୁନ୍ଦରଗଡ଼ ଜିଲ୍ଲା ଖଣି ଖାଦାନ ଭରା କୋଇଡା ଅଞ୍ଚଳ । କୋଇଡା କାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂର କୋଇଡା ଛକ ନିକଟବର୍ତ୍ତୀ ଭଞ୍ଜପାଲି ଯିବା ରାସ୍ତା । ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି । ନିକଟରେ ପରିବା,ମାଛ ଓ ଚିକେନ ବଜାର ଥିବାରୁ ଏହି ରାସ୍ତାରେ ହଜାର ହଜାର ଜନ ସାଧାରଣ ଯିବା ଆସିବା କରିଥାନ୍ତି । ଚାଲି ଚାଲି ଯିବା ତ ଦୂରର କଥା ମଟର ସାଇକେଲ ରେ ଗଲେବି ଗାଡ଼ି ଅଧା ବୁଡି ଯାଉଛି ଯାହା ଫଳରେ ଏହି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟିଥିବା ନଜିର ରହିଛି । ବଡ଼ ବଡ଼ ବାବୁମାନେ ବଡ଼ ବଡ଼ ଏସି ଗାଡ଼ିରେ ଏହି ରାସ୍ତାରେ ଯିବାଆସିବା କରୁଥିବା ରୁ ସେମାନଙ୍କୁ ଏହି ଛୋଟ ଛୋଟ ରାସ୍ତାର ଅବସ୍ଥା ଦେଖାଯାଉନି । ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନଥିବାରୁ ଜନ ସାଧାରଣ ଏହି ରାସ୍ତାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ ଏହାର କୌଣସି ବ୍ୟବସ୍ଥା କରି ବର୍ଷା ପାଣି ନିଷ୍କାସନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।।

nis-ad
Leave A Reply

Your email address will not be published.