ଅଳିଆ ଆବର୍ଜ୍ଜନାରେ ଭରି ରହିଛି କୋଇଡା ଖଣି ଅଞ୍ଚଳ

ରାଉରକେଲା/କୋଇଡା(ବସନ୍ତ କୁମାର ଜେନା) : ଏହି ଅଞ୍ଚଳରୁ ରାଜସ୍ବ ଯାଇ କଟକ ଭୁବନେଶ୍ବର ଚକ ଚକ ହେଉଥିବା ବେଳେ ରାଜସ୍ବ ଯୋଗାଉଥିବା ସୁନ୍ଦରଗଡ଼ ଜିଲ୍ଲା କୋଇଡା ଖଣି ଅଞ୍ଚଳର ଛାତି (ବସଷ୍ଟାଣ୍ଡ) ଉପର ସମେତ କୋଇଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ବର୍ଷ ବର୍ଷ ଧରି ପଡ଼ିରହିଛି ଅଳିଆ ଆବର୍ଜ୍ଜନା । ବସଷ୍ଟାଣ୍ଡ କୁ ପ୍ରତ୍ୟେକ ଦିନ ବହୁତ ବସ ଆସୁଥିବା ବେଲେ ଛୋଟ ଛୋଟ ଗାଡ଼ି ମଧ୍ୟ ଆସୁଛନ୍ତି । ବସଷ୍ଟାଣ୍ଡ ସମ୍ମୁଖରେ ବର୍ଷ ବର୍ଷ ଧରି ପଡ଼ିରହିଛି ଅଳିଆ ଆବର୍ଜ୍ଜନା । ଅଞ୍ଚଳଟି ଖଣି ଖାଦାନ ଭରା ହୋଇଥିବାରୁ ଲୌହ ପଥର ପରିବହନ କରିବା ପାଇଁ ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ହଜାର ହଜାର ଟ୍ରକ ଯିବା ଆସିବା କରିଥାନ୍ତି ଓ ମାତ୍ର ୨୦୦ ମିଟର ଦୂରରେ କୋଇଡା ବ୍ଲକ କାର୍ଯ୍ୟାଳୟ ଥିବାରୁ ବିଭିନ୍ନ ଗ୍ରାମରୁ ନିଜ ନିଜର କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯାଇଥାନ୍ତି । ଏହି ରାସ୍ତା ଦେଇ ବଡ଼ ବଡ଼ ସରକାରୀ ବାବୁ ମାନେ ଯାଇଥାନ୍ତି କିନ୍ତୁ ଏଥିପ୍ରତି ସେମାନଙ୍କର ନଜର ପଡେନାହିଁ କି ଏ ପଚା ଗନ୍ଧ ସେମାନଙ୍କ ନାକରେ ପଶେ ନାହିଁ କାରଣ ସରକାରୀ ବାବୁମାନେ ବଡ଼ ବଡ଼ ଗାଡ଼ିରେ ଏସି ଲଗେଇ ଯିବା ଆସିବା କରିଥାନ୍ତି ।
କୋଇଡା ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ତଥା ଅର୍ଥନୈତିକର କରିଡ଼ର ଭାବେ ଉଭା ହୋଇଥିଲେ ହେଁ ଅଞ୍ଚଳର ଏହିଭଳି ଅଳିଆ ଆବର୍ଜ୍ଜନା ଓ ପରିମଳ ବ୍ୟବସ୍ଥା ଉପରେ ଯେମିତି କାହାର ନଜର ନାହିଁ ।
ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଦ୍ଵାରା ଅଳିଆ ଆବର୍ଜ୍ଜନା ବ୍ୟବସ୍ଥାକୁ ଆଖିରେ ରଖି ପରିବେଶ ସ୍ବଚ୍ଛତା ରଖିବା ପାଇଁ ସ୍ବତନ୍ତ୍ର ଅଳିଆ ଆବର୍ଜ୍ଜନା ଗୋଟାଇବା ଗାଡ଼ି ସହିତ ରାସ୍ତା ଘାଟ ସଫା ରଖିବା ନିମନ୍ତେ ଭକ୍ୟୁମ କ୍ଲିନର ଗାଡ଼ିର ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଏହା କାର୍ଯ୍ୟରେ ନ ଲାଗି ପଡ଼ିରହିଛି । କିଛି ବର୍ଷ ପୂର୍ବରୁ କୋଇଡାର ଛାତି ଉପରେ ସରକାରୀ ଅର୍ଥ ବିନିଯୋଗରେ ତିଆରି ହୋଇଥିବା କୁଣ୍ଡ କୁ ସଫା ନ କରିବା ଏବେ ସାଧାରଣରେ ଆଲୋଚନା ହେଉଛି।ଏହି ଅଞ୍ଚଳରେ ଶିଳ୍ପ ସଂସ୍ଥାର ପରିବେଶ ସୁରକ୍ଷା ସ୍ଲୋଗାନ ତୁଚ୍ଛ ହୋଇପଡ଼ିଥିବା ବାସ୍ତବତାକୁ ଦେଖିଲେ ଜଣା ପଡୁଛି । ରାଜ୍ୟ ଓ କେନ୍ଦ୍ର ସରକାର ସ୍ଵଚ୍ଛତାର କଥା କହୁଥିଲେ ହେଁ ଏହି ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଦା ଗଦା ହୋଇ ପଡିଥିବା ଅଳିଆ ଆବର୍ଜ୍ଜନା ରୁ ବେଶ ଜଣା ପଡ଼ୁଛି କି ଏହି ଅଞ୍ଚଳର ସ୍ବଚ୍ଛତା କିଭଳି । ଏହି ଅଞ୍ଚଳରେ ଅତ୍ୟଧିକ ରୋଗୀକୁ ମେଲେରିଆ ହୋଇଥାଏ । ଗୋଟିଏ ପଟେ ସାରା ଅଞ୍ଚଳରେ ଗଦା ଗଦା ହୋଇ ଅଳିଆ ଆବର୍ଜ୍ଜନା ପଡ଼ିଥିବା ଵେଲେ ଅନ୍ୟପଟେ ମେଲେରିଆ ଓ ଡେଙ୍ଗୁରୁ କିଭଳି ରକ୍ଷା ପାଇବେ ସେଥିପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି ଅଳିଆ ଆବର୍ଜ୍ଜନା କିପରି ତୁରନ୍ତ ସଫା ହୋଇପାରିବ ଏଥିପ୍ରତି କୋଇଡା ପ୍ରଶାସନ ଗୁରୁତର ସହ ନେବା ଆବଶ୍ୟକ ।

nis-ad
Leave A Reply

Your email address will not be published.