ନିଜ ପଞ୍ଚାୟତରେ ବ୍ୟାଙ୍କ ସେବାର ଫାଇଦା ଉଠାଇବେ ସ୍ୱାଭିମାନ ଅଞ୍ଚଳ ଭତ୍ତା ହିତାଧିକାରୀ

ଚିତ୍ରକୋଣ୍ଡା (୧୫/୦୭) : ସରକାର ତଥା ପ୍ରଶାସନ ବିଭିନ୍ନ ଶ୍ରେଣୀର ଭତ୍ତା ଆକାଉଣ୍ଟ ଜରିଆରେ ଦେବା ପାଇଁ ଘୋଷଣା କରି ଦେଉଥିବା ଫଳରେ ବ୍ୟାଙ୍କ ସେବା ନଥିବା ଏବଂ ନେଟୱାର୍କ ବ୍ୟବସ୍ଥା ନଥିବାରୁ ଏବଂ ଗ୍ରାହକ ସେବା କେନ୍ଦ୍ର ନଥିବାରୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ର ଆଠ ଗୋଟି ପଞ୍ଚାୟତ ଯଥା ରାଲେଗଡା଼, ଧୂଳିପୁଟ, ପାପରମେଟେଲା, ଯୋଡ଼ାମ୍ବ, ପଣଷପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ ଓ ଗାଜୁଲୁମାମୁଡ଼ି ଏବଂ ଉପାନ୍ତ ଅଞ୍ଚଳ ର ତିନି ଗୋଟି ପଞ୍ଚାୟତ ଯଥା କପାତୁଟି, ପାପୁଲୁର ଏବଂ କୁରୁମାନୁର ପଞ୍ଚାୟତ ଅଞ୍ଚଳରେ ସାଧାରଣ ତଥା ଅତିଷୟ ବୟସ୍କ ବୃଦ୍ଧା,ବୃଦ୍ଧି ମାନଙ୍କୁ ବ୍ୟାଙ୍କ ରୁ ଭତ୍ତା ନେବାରେ ନାହିଁ ନଥିବା ଅସୁବିଧା ହେଉଥିବା ଦେଖିବାକୁ ମିଳିଥିଲା ସେମାନଙ୍କ ପାଇଁ ବ୍ୟାଙ୍କ କୁ ଉଠାଇ ଆସିବାକୁ ଥିଲା ବଡ଼ ସମସ୍ୟା କାରଣ ଚିତ୍ରକୋଣ୍ଡା ବ୍ଲକ ର ସ୍ଥାନୀୟ ଚିତ୍ରକୋଣ୍ଡା ର ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାରୁ ଭତ୍ତା ଟଙ୍କା ଉଠାଇବାକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ସେମାନଙ୍କୁ ବହୁ ଦୂର ଦୁରାନ୍ତର ନଦୀ, ପାହାଡ଼ ଓ ଘାଟି ରାସ୍ତା ଦେଇ ଆସି ଅଯଥା ଖର୍ଚ୍ଚlନ୍ତ ଓ ଶାରୀରିକ କଷ୍ଟ ଭୋଗିବାକୁ ପଡୁଥିବା ଏବଂ ବିଭିନ୍ନ ପଞ୍ଚାୟତ ତରଫରୁ ଜିଲା ତଥା ବ୍ଲକ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ଉକ୍ତ ସମସ୍ୟା କୁ ଆଖି ଆଗରେ ରଖି ଚିତ୍ରକୋଣ୍ଡା ବିଡ଼ିଓ ଜିଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଜିଲା ପ୍ରଶାସନ ମଧ୍ୟ ଉକ୍ତ ସମସ୍ୟା କୁ ଉପଲଧ୍ୟ କରି ପଞ୍ଚାୟତ ସ୍ତରରେ ଭତ୍ତା ପ୍ରଦାନ ଅନୁମତି କ୍ରମେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ନିର୍ଦେଶ କ୍ରମେ ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅମର ମାଡ଼କାମି ଏବଂ ଚିତ୍ରକୋଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଶାଖା ପରିଚାଳକ ସିଦ୍ଧାର୍ଥ ନାୟକ ଙ୍କ ମିଳିତ ଉଦ୍ୟମରେ କିଓସ୍କି ବ୍ୟାଙ୍କିଙ୍ଗ ପରିଚାଳକ ସିମାଞ୍ଚଳ ପାଢ଼ୀ ଓ ସାମାଜିକ କର୍ମି ବିରାଜ ମଣ୍ଡଳ ଙ୍କ ସହଯୋଗ ରେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ରାଲେଗଡ଼ା ପଞ୍ଚାୟତ ସାକୃବନ୍ଧା ଠାରେ ୩୦ ଜଣ ସାଧାରଣ ତଥା ଅତିଷୟ ବୟସ୍କ ବୃଦ୍ଧା ବୃଦ୍ଧି ମାନଙ୍କୁ ବିଭିର୍ନ ଭତ୍ତା ପ୍ରଦାନ କରାଯାଇ ଶୁଭରମ୍ବ କରାଯାଇଥିଲା l ଆଗାମୀ ଦିନରେ ଅବଶିଷ୍ଟ ଦଶ ଗୋଟି ପଞ୍ଚାୟତ କୁ ଯାଇ ଭତ୍ତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି l ଏଇଭଳି ମାସକୁ ମାସ ନିଜ ପଞ୍ଚାୟତ ରେ ଭତ୍ତା ପାଇଁ ବ୍ୟାଙ୍କ ସୁବିଧା ପାଇବେ ହିତାଧିକାରୀ l

nis-ad
Leave A Reply

Your email address will not be published.