ରାଜ୍ୟରେ ୨୩୨୦ କେନ୍ଦ୍ରରେ ଚାଲିଛି ଟିକାକରଣ: ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ଵର : ୧୮ ରୁ ୫୯ ବର୍ଷ ବୟସ ବର୍ଗଙ୍କ ପ୍ରିକସନ ଡୋଜ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କ ସୂଚନା । ଆଜି ରାଜ୍ୟରେ ୨୩୨୦ କେନ୍ଦ୍ରରେ ଚାଲିଛି ଟିକାକରଣ । ଏ ବୟସ ବର୍ଗରେ ୨ କୋଟି ୬୫ ଲକ୍ଷରୁ ଅଧିକ ଲୋକ ଅଛନ୍ତି । ଭୁବନେଶ୍ୱରରେ ଏହି ବୟସ ବର୍ଗର ୭ ଲକ୍ଷରୁ ଅଧିକ ଲୋକ ଅଛନ୍ତି ।

ଭୁବନେଶ୍ୱରରେ ୧୯ଟି ଟିକାକରଣ କେନ୍ଦ୍ର ହୋଇଛି । ବର୍ତ୍ତମାନ ସୁଦ୍ଧା ୧୮ ରୁ ୫୯ ବର୍ଷ ବୟସ ବର୍ଗରେ ରାଜ୍ୟରେ ୧ ଲକ୍ଷ ୫୨ ହଜାର ପ୍ରିକସନ ଡୋଜ ନେଇସାରିଛନ୍ତି ।

ପରିବାର କଲ୍ୟାଣ ନିର୍ଦେଶକ ପୁଣି କହିଛନ୍ତି ଯେ, ସବୁ ଜିଲ୍ଲାରେ ଏହି ଟିକାକରଣ ପାଇଁ ନିର୍ଦେଶ ଦିଆଯାଇଛି । ଉଭୟ ଅନଲାଇନ ଓ ଅନସାଇଟ ପଞ୍ଜିକରଣ କରି ଟିକା ନେଇପାରିବେ ହିତାଧିକାରୀ । ଏବେ ରାଜ୍ୟରେ ୧୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି । ଏହା କିଛି ଦିନ ଯାଏଁ ଚାଲିବ । ଏହାପରେ ଅଧିକ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ଅନୁରୋଧ କରାଯିବ । ଯେହେତୁ ମାଗଣା ଟିକାକରଣ ଲାଗି ୭୫ ଦିନ ସମୟ ଅଛି, ସବୁ ଲୋକଙ୍କୁ ପ୍ରିକସନ ଡୋଜ ଟିକାକରଣ କରାଇବା ସାମାନ୍ୟ କଷ୍ଟକର ହୋଇପାରେ । ତେବେ ଲୋକମାନେ ଆଗ୍ରହ ଦେଖାଇଲେ ଅଧିକରୁ ଅଧିକ ଲୋକଙ୍କ ଟିକାକରଣ କରାଯାଇପାରିବ । ସବୁ ଲୋକଙ୍କୁ ପ୍ରିକସନ ଡୋଜ ଦେବାକୁ ରାଜ୍ୟର ଟିକାକରଣ କେନ୍ଦ୍ର ସଂଖ୍ୟା ୩ ହଜାରରୁ ଅଧିକକୁ ବଢ଼ାଯିବ । ଏମିତିକି କଲେଜ, ଶିକ୍ଷାନୁଷ୍ଠାନରେ କ୍ୟାମ୍ପ କରି ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସର ପିଲାଙ୍କୁ ମଧ୍ୟ ଟିକାକରଣ କରାଇବାକୁ ଯୋଜନା ହୋଇଛି ।

nis-ad
Leave A Reply

Your email address will not be published.