ବରିଷ୍ଠ ଓକିଲ ତଥା ସମାଜସେବୀ ବୁଲିୟନଙ୍କ ହୃଦଘାତରେ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବରିଷ୍ଠ ଓକିଲ ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟାନ ନାୟକଙ୍କ ଶୁକ୍ରବାର ସକାଳୁ ହୃଦଘାତରେ ମୃତ୍ୟୁ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା l ବୁଲିୟାନଙ୍କ ଅକାଳ ମୃତ୍ୟୁରେ ଜି. ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି l ବୁଲିୟାନ ଜଣେ ଭଲ ସଂଗଠକ, ସମାଜ ସେବୀ,ଓ ପରୋପକାରୀ ଵ୍ୟକ୍ତି ଥିଲେ lବର୍ତମାନ ସେ ଜି. ଉଦୟଗିରି ଏନଏ ସି ର ବିଜେଡି କାଉନସିଲର ଥିଲେ l ବୁଲିୟାନ ନାୟକ ପ୍ରଥମେ ଅଧ୍ୟାପକ ଥିଲେ ପରେ ଚାକିରୀ ଛାଡି ଓକିଲାତି ଓ ରାଜନୀତି କରୁଥିଲେ lସେ ଜନତା ଦଳରୂ ଏମପି ପ୍ରାର୍ଥୀ ଭାବେ ଲଢ଼ି ପରାଜୟ ହୋଇ ଥିଲେ l ପରେ କଂଗ୍ରେସ ଟିକେଟରେ ଦଶପଲାରେ ଏମଏଲ ଏ ପାର୍ଥୀ ଭାବେ ଲଢ଼ି ପରାଜିତ ହୋଇଥିଲେ lସେ ଜଣେ ଷ୍ପଷ୍ଟବାଦି, ନିର୍ଭିକ ଵ୍ୟକ୍ତି ଥିଲେ l ଲୋକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ସହ ଜିଲାର ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ l
ତାଙ୍କର ଅକାଳ ମୃତ୍ଯୁ ରେସଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା,ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ଏନଏସି ଚେୟାରମେନ ଶ୍ରୀମତୀ ଭାନୁ ପ୍ରଭା ମିଶ୍ର, ସମା ଜ ସେବୀ ସୁବାସ ଶତପଥୀ,
ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ଜି. ଉଦୟଗିରି ବରିଷ୍ଠ ସାମ୍ବାଦିକ ଶିଶିର ପଟନାୟକ, ବିଦ୍ୟାଧର ପାଳ, ସମୀର ପାଢ଼ୀ, ରାମଚନ୍ଦ୍ର ଚୌଧରୀ, କନ୍ଧମାଳର ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ବିଜୟ ମହାନ୍ତି, ମହମଦ ନlଜୀର ଅଖତାର ସନ୍ତୋଷ ଦିଗଲ, ନାରାୟଣ ସାହୁ, ସମାଜସେବୀ ମହମଦ ଜିଆଉଦିନ, ସ୍ଵାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ,କୁଇସମାଜ ନେତା ଲମ୍ବୋଦର କହଁର, କଂଗ୍ରେସ ଯୁବନେତା ତଥା ସାମ୍ବାଦିକ ବଳଦେବ ବେହେରା, ଗୌର ବେହେରା, ଅନନ୍ତ ଦିଗାଲ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତିl

nis-ad
Leave A Reply

Your email address will not be published.