ଢ଼ାବା ହୋଟେଲ ଚଢାଉ : ବିପୁଳ ପରିମାଣର ବିଦେଶୀ ମଦ ଜବତ, ମାଲିକ ଗିରଫ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନସ୍ଥ ଡେଙ୍ଗାଓସ୍ତା ଗ୍ରାମ ବଜାର ନିକଟରେ ଥିବା ଏକ ଢ଼ାବା ହୋଟେଲ ଉପରେ ପୋଲିସ ଅତର୍କିତ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ମାଲିକଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ଫାସିଗୁଡ଼ା ଗ୍ରାମର ପଞ୍ଚାନନ ପ୍ରଧାନ ବୋଲି ସୂଚନା ମିଳିଛି । ଖବରନୁଯାୟୀ , ବୁଧବାର ସନ୍ଧ୍ୟାରେ ପୋଲିସ ଉକ୍ତ ଢ଼ାବା ଉପରେ ଚଢ଼ାଉ କରି ବିଭିନ୍ନ କମ୍ପାନୀର ୮୦ ଗୋଟି ବିଦେଶୀ ମଦ ବୋତଲ ଯାହାକି ୨୧ ଲିଟର ୩୯୦ ମିଲିଲିଟର ମଦକୁ ଜବତ କରିଥିବା ଜଣାପଡିଛି । ଏନେଇ ଥାନା ମାମଲା ନଂ.୨୫୧/୨୨ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ଠାରୁ ସୂଚନା ଦିଆଯାଇଛି।

nis-ad
Leave A Reply

Your email address will not be published.