ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ଗାଡି ଚାଳକ ଗିରଫ

ବ୍ରହ୍ମପୁର : ଆଜି ଗୋଟିଏ କଣ୍ଟେନର ରେ ବିପୁଳ ପରିମାଣ ର ଗଞ୍ଜେଇ ଚୋରା ଚାଳନ ହେଉଥିବା ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଗାଡିରେ ଥିବା ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ଗାଡି ଚାଳକ କୁ ଗିରଫ କରିଛି | ସୂଚନା ପ୍ରକାରେ ଆଜି ଭୋର ରେ ଗୋଟିଏ କଣ୍ଟେନୋର ରେ ଗଞ୍ଜେଇ ଚୋରା ଚାଲନ ହେଉଥିବା ବିଶେଷ ସୂତ୍ର ରୁ ଖବର ପାଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁର ର ବିଭିନ୍ନ ସ୍ଥାନ ରେ ଇନ୍ସପେଟର ଗୀତାଞ୍ଜଳି ସାହୁ ,ଇନ୍ସପେଟର ଉଦୟ ଚନ୍ଦ୍ର ସାମଲ , ବିଭାଗୀୟ କର୍ମଚାରୀ ମାନେ,ଏସ ଆଇ ସୁଦର୍ଶନ ବିଷୋୟୀ ଏବଂ ତାଙ୍କ ଟିମ ଲୁଚି ସଜାଗ ରହିଥିବା ବେଳେ ଗୋଟିଏ କଣ୍ଟେନୋର କୁ ପିଛା କରି ଛୋକାପଞ୍ଝା ରେ ଉକ୍ତ ଗାଡି କୁ କନିସି ଢ଼ାବା ପାଖରେ କାବୁ କରିବାରେ ସଫଳ ହେଇଥିଲେ l ଗାଡି ଭିତରେ ବହୁତ ଖୋଜା ଖୋଜି କରିବା ବେଳେ 160 କେଜି ଗଞ୍ଜେଇ ନେଇ ଉକ୍ତ କଣ୍ଟେନୋର ଗାଡି ନମ୍ବର ( MH 12 HD 2054 ) କନ୍ଧମାଳ ରୁ ଖୋଲିକୋଟ ଏବଂ ଖୋଲିକୋଟ ରୁ ଆନ୍ଦ୍ରପ୍ରଦେଶ ଯାଉଥିବା ଜଣାପଡିଥିଲା l ଗାଡି ଚାଳକ ରୋହିତ ସ୍ୱାଇଁ (25) କୁ ଗିରଫ କରିଥିବା ବେଳେ ଠାବ କରାଯାଇଥିବା ଗଂଜେଇ ର ମୂଲ୍ୟ ପ୍ରାୟ 7ଲକ୍ଷ ଟଙ୍କା ହେବା ବେଳେ ଉକ୍ତ କଣ୍ଟେନୋର ର ମୂଲ୍ୟ 25 ଲକ୍ଷ ହେଇଥିବା ଅବକାରୀ ବିଭାଗ ଏସ ପି ସୂଚନା ଦେଇଛନ୍ତି l ବ୍ରହ୍ମପୁର ସହର ଦେଇ ବିପୁଳ ପରିମାଣ ର ହଜ଼ାର ହଜ଼ାର ଟନ ର ଗଞ୍ଜେଇ ଚୋରା ଚାଲନ ହେଉଥିବା ବେଳେ ଗଂଜେଇ ବେପାରୀ ମାନଙ୍କ ଉପରେ ନଜ଼ର ରଖା ଯାଇଥିବା ଜଣା ପଡିଛି l

nis-ad
Leave A Reply

Your email address will not be published.