ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଉତ୍କଳ ଭୂମି ଭୂମାର ବାଣୀପୀଠ, ଜ୍ଞାନର ସମୁଦ୍ର, ବିଦ୍ୟାର ଭଣ୍ଡାର ଉତ୍କଳ ବିଶ୍ୱବିଦ୍ୟାଳୟ । ଆଜି ସେଇ ବିଦ୍ୟାର ଭଣ୍ଡାରରେ, କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ଦ୍ୱାରା, ଲେଖକ ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କ ଦ୍ୱାରା ରଚିତ ପୁସ୍ତକ ” ସମ୍ବିଧାନର ଜନକ ବାବାସାହେବ ଡକ୍ଟର ବି. ଆର. ଆମ୍ବେଦକର ” ପୁସ୍ତକ ଲୋକାର୍ପଣ ହୋଇ ଯାଇଅଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡଃ ଅଭୟ କୁମାର ନାୟକ, ପ୍ରଶାସନିକ ଅଧିକାରୀ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳସଚିବ ଉକ୍ତ କାର୍ଯ୍ୟକ୍ରମକୁ ଅଧକ୍ଷାତ କରିଥିଲେ । ଦୈତ୍ୟାରି ମହାପାତ୍ର, ଜଣେ ପ୍ରବକ୍ତା, ଆବଲ୍ୟ ଶିବ ଉପାସକ ଏବଂ ସାରସ୍ୱତ୍ୱ ସାଧକ ଜଣେ ଅତି କମ ବର୍ଷ ବୟସରେ ତିନି ହଜାରରୁ ଉର୍ଦ୍ଧ ପୁସ୍ତକ ଲେଖି ସାରିଲେଣି । ଏବଂ ତାଙ୍କ ଜୀବନିକାଳରେ ସେ ଆହୁରି ଅନେକ ପୁସ୍ତକ ରଚନା କରି, ଆଜିକାର ମଧ୍ୟ ବୟସ୍କ ଓ ଯୁବ ପିଢ଼ି ମାନଙ୍କ ପାଇଁ ଗୋଟେ ଗର୍ବର କଥା ବୋଲି ପ୍ରଫେସର ସବିତା ଆଚାର୍ଯ୍ୟ ଅନେକ ଶୁଭେଚ୍ଛା ସହ ସମ୍ବର୍ଧନା ଜଣାଇଥିଲେ । ଆଉ କିଛି ବର୍ଷ ମଧ୍ୟରେ ବୋଧହୁଏ ଆଉ ପୁସ୍ତକ ଲେଖା, କାଗଜ କଲମ ଲେଖା ଲୋପ ପାଇଯିବ ଏବଂ ଏହା କେବଳ ମୋବାଇଲ ଓ ଅନ ଲାଇନ ମାଧ୍ୟମ ହେବ ବୋଲି ପ୍ରଫେସର ଆଚାର୍ଯ୍ୟ ଦୁଃଖ ପ୍ରକାଶ କରି ନିଜ ମତ ରଖିଥିଲେ ।

କବି ତଥା ଐତିହାସିକ ଶ୍ରୀଯୁକ୍ତ ବିଷ୍ଣୁ ସେଠୀ, ମୁଖ୍ୟ ବକ୍ତା, ପ୍ରଫେସର ବସନ୍ତ ମଲ୍ଲିକ, ପୂର୍ବ ପି ଜି କାଉନସିଲ ଚେୟାରମ୍ୟାନ, ଉତ୍କଳ ବିଶ୍ୱବିଦ୍ୟାଳୟ, ଡକ୍ଟର ହରିହର କାନୁନଗୋ, ପ୍ରଫେସର ଅନୁସୟା ନାଥ, ଇଞ୍ଜିନିୟର ଅଭୟ ସୂତାର, ଡକ୍ଟର ରକ୍ଷକ ନାୟକ, ତୁଳସୀ ରାମ ଜଗତ, ଲେଖକ ପ୍ରମୁଖ ସମ୍ନାନନୀୟ ଅତିଥିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ରହି ଡ଼ଃ ବି ଆର ଆମ୍ବେଦକର ଯିବନି, କର୍ମକ୍ଷେତ୍ର, ଦେଶ ପାଇଁ ନିଷ୍ଠା ବିଷୟରେ ଆଲୋକପାତ କରିଥିଲେ । ଶ୍ରୀ ସୁନୀଲ ଦାସ, କଣ୍ଠଶିଳ୍ପୀ ସଭା ଆରମ୍ଭରେ ବନ୍ଦେ ଉତ୍କଳ ଜନନୀ ଗାନ କରି ସଭାଟିକୁ ସୁଆରମ୍ଭ କରିଥିବା ବେଳେ ସଭା ଶେଷରେ ପ୍ରଫେସର ଅନୁସୟା ନାଥ ଦେଶାତ୍ମକ ସଙ୍ଗୀତ ଏବଂ ଜଗନ୍ନାଥ ଭଜନ ଗାନ କରି ସଭାଟିକୁ ସାଙ୍ଗ କରିଥିଲେ ।

ଏହି ଅବସରରେ ବିଶ୍ୱ ବିଦ୍ୟାଳୟର କୁଳସଚିବଙ୍କ ପ୍ରକୋଷ୍ଠ ରେ ଘାସ ଫୂଲର ସମ୍ପାଦକ ବିଷ୍ଣୁ ସେଠୀ ଏବଂ ସହସ୍ର ପୁସ୍ତକର ସ୍ରଷ୍ଠା, ବିରଳ ପ୍ରତିଭା ପଣ୍ଡିତ ଦୈତ୍ୟାରି ମହାପାତ୍ରଙ୍କୁ କୁଳସଚିବ ଡଃ ଅଭୟ ନାୟକ ଏବଂ ପ୍ରାଧ୍ୟାପିକା ଅନୁସୟା ନାଥ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଧନା କରିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର ଲୋକ ସମ୍ପର୍କ ବିଭାଗ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ଦ୍ୱାରା ଉକ୍ତ କାର୍ଯ୍ୟକ୍ରମଟି ପରିଚାଳିତ ହୋଇ ଶେଷ ହୋଇଯାଇଥିଲା ।

nis-ad
Leave A Reply

Your email address will not be published.