ନାରୀ ସୁରକ୍ଷା ପାଇଁ ସବୁ ବେଳେ ଲଢ଼ିଛି ଆଉ ସବୁ ବେଳେ ଲଢ଼ିବି : ସୁଭଦ୍ରା ଶୁକ୍ଳା

ବ୍ରହ୍ମପୁର : ଭୁବନେଶ୍ୱରସ୍ଥିତ ବିଜେବି କଲେଜର ରାଗିଙ୍ଗ ରେ ମୃତ ଛାତ୍ରୀ ରୁଚିକା ମହାନ୍ତି କୁ ନ୍ୟାୟ ଦେବା ଦାବିନେଇ ଯେଉଁ ପରି ଭାବରେ ରୁଚିକା ଙ୍କ ମାଆ ଏବଂ ତାଙ୍କ ଭଉଣୀ କୁ ପୋଲିସ ଉଠାଇ ନେଇଯାଇଥିଲେ ସେଇ ଘଟଣା ର ନ୍ୟାୟ ପାଇଁ ପ୍ରଗତିଶୀଳ ଉତ୍କଳସମାଜ ତରଫରୁ ଦକ୍ଷିଣାଞ୍ଚଳ ଡିଆଇଜି ଙ୍କୁ ବ୍ରହ୍ମପୁର ସ୍ଥିତ କାର୍ଯ୍ୟାଳୟ ଠାରେ ଦାବିପତ୍ର ଦିଆଯାଇଥିଲା l ଦୋଷୀଙ୍କୁ ଉଚିତ ଦଣ୍ଡବିଧାନ, କଲେଜ ଗୁଡିକ ରେ ଛାତ୍ରଛାତ୍ରୀ ଙ୍କ ସୁରକ୍ଷା ପାଇଁ ଉଚିତ ନିୟମ ପ୍ରଣୟନ ଏବଂ ରୁଚିକା ର ପରିବାର କୁ ଉଚିତ କ୍ଷତି ପୂରଣ ପ୍ରଦାନ ମଧ୍ୟ ଏହି ଦାବିରେ ଉଲ୍ଲେଖ ଥିଲା l ଏହି ଅନୁଷ୍ଠାନ ର ସଭାପତି ସରୋଜ ପଟ୍ଟନାୟକ , ଉପଦେଷ୍ଟା ସମାଜସେବୀ ସରିତା ପଣ୍ଡା,ସାମାଜିକ କାର୍ଯ୍ୟକର୍ତ୍ତା ଏବଂ ବ୍ରହ୍ମପୁର ର ମହାମାୟୀ ମହିଳା କଲେଜ ଛାତ୍ରୀ ସୁଭଦ୍ରା ଶୁକ୍ଲା ଏବଂ ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ର ବଟକୃଷ୍ଣ ବେହେରା ଉପସ୍ଥିତ ଥିଲେ l ଡିଆଇଜି ସତ୍ୟବ୍ରତ ଭୋଇ ସହଯୋଗ ର ପ୍ରତିଶୃତି ଦେଇଥିଲେ।

nis-ad
Leave A Reply

Your email address will not be published.