ଲଗାଣ ବର୍ଷା ଯୋଗୁଁ କୁଶମୀ ସାହି ରାସ୍ତା ଜଳମଗ୍ନ, ଲୋକେ ହନ୍ତସନ୍ତ

ଉମରକୋଟ(୧୪/୭) : ଲଗାଣ ବର୍ଷା ଯୋଗୁଁ କୁଶମୀ ସାହି ରାସ୍ତାରେ ଓ ସାହି ଭିତରେ ଜଳମଗ୍ନ ହୋଇଯାଇଥିବାରୁ ଲୋକେ ନାହିଁନଥିବା ଅବସ୍ଥା ଭୋଗୁଛନ୍ତି | ଦୁଇ ଦିନ ସାରା ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଳା ଝରୀଗାଁ ବ୍ଲକ ଗୁରୁସିଙ୍ଗା ପଂଚାୟତ କୁଶମୀ ଗାଁରେ ଏହିଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ଉଲ୍ଲେଖ ଥାଉ କି ଏହି ସାହିରେ ଦଶ ରୁ ଉର୍ଦ୍ଧ ପରିବାର ବାସବାସ କରୁଛନ୍ତି, ବର୍ଷା ଦିନରେ ଏମାନଙ୍କ ଅବସ୍ଥା ଅତିରୁ ଅତି ଶୋଚନୀୟ ହୁଏ,ଏନେଇ ଗ୍ରାମବାସୀ ଓ ସାହି ବାସିନ୍ଦା ବାରଙ୍ଗବାର ବିଡ଼ିଓ ଠୁ ଆରମ୍ଭ କରି ପ୍ରଶାସନ ପାଖରେ ଗୁହାରି ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି l ସବୁ ବର୍ଷ ଏହି ଭଲି ବର୍ଷା ଦିନେ ରାସ୍ତାର ପାଣି ନିଷ୍କାସନ ହେବାର କଣସି ଡ୍ରେନ ନଥିବାରୁ ସାହି ଭିତରେ ପାଣି ପଶି ଅବସ୍ଥା ବହୁତ ଶୋଚନୀୟ ହୁଏ ଓ ଅଳ୍ପ ବର୍ଷା ହେଲେ ମଧ୍ୟ ଘର ଭିତରେ ପାଣି ପଶିଯାୟ, ଦୁଇ ଦିନ ଯାକ ଲଗାଣ ବର୍ଷାରେ ଘର ଭିତରେ ପାଣି ପଶି ଆସବାବ ପତ୍ର ସବୁ ନଷ୍ଟ ହେବା ସହିତ ଖାଇବା ପିଇବା ନ କରି ଭୋକ ଉପାସରେ ରହିଲେ, ଝୋରିଗାଁ ଅଗ୍ନିଶମ ଦମକଲ ବାହିନୀ ଯାଇ ଦମକଲ ଦ୍ଵାରା ପାଣି ନିଷ୍କାସନ କଲେ, ଏହି ଝୋରିଗାଁ ବ୍ଲକର କୁସୁମୀ ସାହି ବାସିନ୍ଦା ଉପରେ ପ୍ରଶାସନର ଦୃଷ୍ଟି ପଡ଼ିବ କେବେ, ଯେତେ ଶୀଘ୍ର ହେବ ଡ୍ରେନ କାମ ଓ ରାସ୍ତା କାମ ପ୍ରଶାସନ କରି ଦେଲେ କୁସୁମୀଗାଁର ବାସିନ୍ଦା ମାନେ ଏହି ଅସୁବିଦାରୁ ମୁକ୍ତି ପାଇଁ ଥାନ୍ତା l ଜରୁରୀ କାଳୀନ ଅବସ୍ଥାରେ ପ୍ରଶାସନ କୁସୁମୀ ଗାଁ ଉପରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ସେମାନେ ରାଜରାସ୍ତାରେ ଓହ୍ଲାଇବେ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି |

nis-ad
Leave A Reply

Your email address will not be published.