ଆସନ୍ତାକାଲିଠୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ : ବିଜୟ ପାଣିଗ୍ରାହୀ

ଭୁବନେଶ୍ଵର: ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ। ଏନେଇ ପ୍ରତିକ୍ରିୟା ରଖିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ସେ କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ବୃଦ୍ଧି ଘଟୁଛି। ତେଣୁ ସମସ୍ତ ବର୍ଗର ଲୋକଙ୍କୁ ଟିକାକରଣ ଉପରେ ଗୁରୁତ୍ଵ ଦିଆଯାଉଛି।

୧୨ ରୁ ୧୪ ବର୍ଷର ପିଲାଙ୍କୁ ୯୮% ପ୍ରଥମ ଡୋଜ, ୭୨% ଦ୍ୱିତୀୟ ଡୋଜ୍ ଦିଆସରିଛି । ସେହିପରି ୧୫ ରୁ ୧୭ ବର୍ଷ ପିଲାଙ୍କୁ ୯୨% ପ୍ରଥମ ଡୋଜ ଏବଂ ୮୨% ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ୧୮ ରୁ ଉର୍ଦ୍ଧ୍ଵ ବର୍ଗର ଲୋକଙ୍କୁ ୯୬% ପ୍ରଥମ ଡୋଜ ଏବଂ ୯୦% ଦ୍ୱିତୀୟ ଡୋଜ୍ ଟିକାକରଣ କରାଯାଇଛି। ବର୍ତ୍ତମାନ ପ୍ରିକସନ ଡୋଜ୍ ଉପରେ ଅଧିକ ଗୁରୁତ୍ଵ ଦିଆଯାଉଛି। କରୋନା ଯୋଦ୍ଧା, ସମ୍ମୁଖ ଧାଡିର ଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ ଓ ୬୦ ବର୍ଷର ଅଧିକ ଲୋକଙ୍କୁ ୨୮% ଟିକାକରଣ କରାଯାଇଛି।

ଆସନ୍ତାକାଲି ଠାରୁ ୧୮ ରୁ ୫୯ ବର୍ଷର ଲୋକମାନଙ୍କୁ ପ୍ରିକସନ ଡୋଜ୍ ମାଗଣାରେ ଦିଆଯିବ। ୭୫ ଦିନ ପର୍ଯ୍ୟନ୍ତ ମାଗଣାରେ ଟିକାକରଣ ଚାଲିବ। ରାଜ୍ୟରେ ପାଖାପାଖି ୩ ହଜାରଟି ସରକାରୀ ଟିକାକରଣ କେନ୍ଦ୍ର ରହିଛି। ସେଠି ମାଗଣାରେ ଟିକାକରଣ ହେବ। କେନ୍ଦ୍ର ଗୁଡିକରେ ଟିକା ଦେବା ପାଇଁ ପ୍ରଯ୍ୟାପ୍ତ ପରିମାଣରେ ସ୍ୱାସ୍ଥ୍ୟକର୍ମୀ ରହିଛନ୍ତି। ଯଦିଓ ମାଗଣାରେ ଏଭଳି ଟିକାକରଣ ଦିଆଯିବ ତେବେ ରାଜ୍ୟରେ ସେତିକି ପରିମାଣରେ ଟିକା ନାହିଁ। ତେବେ ଆହୁରି ଟିକା ଆବଶ୍ୟକ ପଡ଼ିବ।

୧୮ ରୁ ୫୯ ବର୍ଷ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହାଜର ହିତାଧିକାରୀ ଅଛନ୍ତି। ସେଥିମଧ୍ୟରୁ ମାତ୍ର ୧ ଲକ୍ଷ ୫୦ ହାଜର ହିତାଧିକାରୀ ପ୍ରିକସନ ଡୋଜ୍ ନେଇଛନ୍ତି। ଅର୍ଥାତ୍ ୯୯% ଆହୁରି ଟିକା ନେଇନାହାଁନ୍ତି। ଏହି ଟିକାକରଣ ପାଇଁ ଉଭୟ ବ୍ୟବସ୍ଥା କରାଯାଇଛି। ଅନଲାଇନ୍ ଓ ଅଫଲାଇନ୍ ମାଧ୍ୟମରେ ଟିକାକରଣ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗକୁ କୌଣସି ଲିଖିତ ଭାବରେ ନିର୍ଦ୍ଦେଶ ଆସିନାହିଁ। ତେବେ ଆଜି କେନ୍ଦ୍ର ସହିତ ବୈଠକ ରହିଛି। ଏହି ବୈଠକରେ ଆସନ୍ତାକାଲି ମାଗଣା ଟିକାକରଣ ନେଇ ଆଲୋଚନା ହେବ।

nis-ad
Leave A Reply

Your email address will not be published.