ବିଭିନ୍ନ ସମସ୍ୟା ନେଇ ବିଦ୍ୟାଳୟର ଫାଟକରେ ତାଲା ପକାଇଲେ ଛାତ୍ର ଛାତ୍ରୀ


ଉମରକୋଟ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଦେବାଗାଁ ପଂଚାୟତ ଅନ୍ତର୍ଗତ କୁରୁବେଲା ଗ୍ରାମର ବିଦ୍ୟାଳୟ ରେ ଦୀର୍ଘ ଦିନ ହେବ ସମସ୍ୟା ଲାଗି ରହିଛି | ବିପଦ ସଂକୁଳ ଅବସ୍ଥାରେ ସ୍କୁଲର ଶ୍ରେଣୀ ଗୃହର କାନ୍ଥ ଫାଟି ପାଣି ପଶୁଛି | କିନ୍ତୁ ପ୍ରଶାସନକୁ ଜଣଇବା ସତ୍ତ୍ବେ କୌଣସି ଧ୍ୟାନ ଦେଉ ନ ଥିବାର ଅଭିଯୋଗ କରିଛନ୍ତି ଗ୍ରାମବାସୀ | ଦୀର୍ଘ ଚାରି ମାସ ହେଲା ବିଦ୍ୟାଳୟରେ ରୋଷେଇ ପାଇଁ ଚାଉଳ ଆସିନ ଥିବା ବେଳେ ବିଦ୍ୟାଳୟ ର ରୋଷେଇ ଘର ଛାତ ଉପରୁ ପାଣି ଗଲୁଛି |୧୯୨ ଛାତ୍ର ଛାତ୍ରୀ ଥିବା ବେଳେ କ୍ଲାସ ରୁମ୍ ନ ଥିବାରୁ ଗୋଟେ ଗୋଟେ ଶ୍ରେଣୀ ଗୃହ ରେ ୬୦ ଜଣ ପିଲା ବସି ପାଠ ପଢ଼ୁଛନ୍ତି | ଶିକ୍ଷକ ଅଭାବ ଓ ଶ୍ରେଣୀ ଗୃହ ନ ଥିବାରୁ ଏହି ବିଷୟରେ ବିଦ୍ୟାଳୟ ର କମିଟି ମେମ୍ବର ମାନେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଆଭିଯୋଗ ଦେବା ସୁଦ୍ଧା କୌଣସି ସମାଧାନ ହୋଇ ପାରି ନ ଥିବାରୁ ଆଜି ବାଧ୍ୟ ହୋଇ ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ବିଦ୍ୟାଳୟ ଫାଟକ ରେ ତାଲା ମାରି ପ୍ରତିବାଦ କରିଥିଲେ | ଶ୍ରୀ ସଣ୍ଡରାଜ ଗଣ୍ଡ, ଅନୱାର ଆଲମ, ଗବରଧନ ଡଙ୍ଗରି, ସ୍କୁଲ ପ୍ରେସିଡ଼େଣ୍ଟ ନାଥୁରାମ ଗଣ୍ଡ ଓ ୱାର୍ଡ ମେମ୍ବର ରାଜକୁମାର ଗଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.